ସମୟ

କେହି ଜଣେ

ଆଙ୍କିଦେଲା ଧାରେ କଜଳ

ଲଗେଇଦେଲା ସିନ୍ଦୂର

ପିନ୍ଧାଇଦେଲା ଶାଢ଼ୀ

ଡାକି ଦେଲା ‘ଦେଵୀ ‘।

ଯାଚିଲି 

ଅମର ବର

ଐଶ୍ୱର୍ଯ୍ୟ

ଆହୁରି ଅନେକ କିଛି.. 

କେହି ମାଗିଲେ ନାହିଁ

ନେଲେ ନାହିଁ 

କିଛି ନା କିଛି ।

କେହି ଡରିଲେ ନାହିଁ

ଖରାକୁ

ବର୍ଷାକୁ

ବିଜୁଳିକୁ

ଶୀତକୁ ।

ଫେରି ଦେଖିଲି

ସେଦିନର ଛେଉଣ୍ଡ ଛୁଆ

ବନି ଯାଇଛି ବାପା

ଜୋର୍ କରି

କେହି ଜଣେ ଭିଡ଼ି ଧରିଛି

ଭାଙ୍ଗି ଯାଇଥିବା ହୃଦୟ

ସମୟ ବଦଳେଇ ଦେଇଛି

ପୁଣି ଥରେ ସମୟ ।

ସ୍ମିତା ପଣ୍ଡା

ନରସିଂହପୁର ,କଟକ

ଫୋନ୭୦୦୮୨୪୩୬୭୨

Leave a Reply

Your email address will not be published. Required fields are marked *