ସମ୍ପୂର୍ଣ୍ଣ ପାରିବାରିକ

ଆଜିକାଲି ମୁଁ ସବୁବେଳେ
ମାତାଲ୍ ସାଜିଛି
ଘଟଣା ସବୁ ଏବେ
ଭୁଲିଯିବା କୁ ଚାହୁଁଛି
ସୁରାକୁ ମୁଁ ଆପଣାର
ସାଥୀ କରି ନେଇଛି
ବୋତଲ ସବୁ ଖାଲି
କରିବାରେ ଲାଗିଛି।
ମୋ ଶ୍ରୀମତୀ କୁ ଏବେ
ଚାଲିବ ଚାଲିଛି
କେଶ,ଓଠ, ମୁହଁ,ଦେହ ସାରା
ପାଲିତ ଚାଲିଛି
ତା ନାରୀତ୍ୱକୁ ମୋ ପାଖରେ
ବନ୍ଧା ରଖିଛି
ମୋ ପୁରୁଷତ୍ୱକୁ ଧାର ନେଇ
ଦେଖାଇ ହେଉଛି।
ମୋ ସାନ ଝିଅ କଲେଜରେ
ପାଦ ପକାଇଛି
ଜିନ୍ ଗେଞ୍ଜି ପିନ୍ଧି
ବବ୍ କଟ୍ କେଶ ରଖିଛି
ସ୍ୱାଧୀନତା ର ସ୍ଳୋଗାନ
ଦେବା ଆରମ୍ଭ କରିଛି
ଅଗଷ୍ଟ ପନ୍ଦର ର
ନିଶା ତାକୁ ଘାରିଛି।
ବଡ଼ ପୁଅ ମୋର
ଶିକ୍ଷିତ ବେକାର ରହିଛି
ରାଜନୀତି ସମୁଦ୍ର ବାଲିରେ
ଶାମୁକା ଖୋଜୁଛି
ଧୂଆଁ ର ଜାଳ ଭିତରେ
ଡଇସ୍କଓ ନାଚୁଛି
ମୋତେ ବେତାର ଯନ୍ତ୍ର ଭାବି
ଓଲଟା ମୋଡୁଛି।
କୋଠାଘର ପାଇଁ ଶ୍ରୀମତୀ
ଫରମଆଇସ କରୁଛି
ମୋ ଝିଅର ବୟସ ଏବେ
ଯଉତୁକ ଖୋଜୁଛି
ମୋ ପୁଅର ଚାକିରି
ମୋଟା ଲାଞ୍ଚ ମାଗୁଛି
ମୋ ଆଖି ,କାନ, ମୁହଁ ରେ
ମୁଁ ତାଲା ଲଗାଇଛି।

ଜୟକୃଷ୍ଣ ବେହେରା

Leave a Reply

Your email address will not be published. Required fields are marked *