ସମ୍ପର୍କ

ତମ ସହ ସମ୍ପର୍କ ମୋ କୋଟିଏ ଜନ୍ମ ର
ତମ ଅଦେଖା ହାତରେ ବନ୍ଧା ହୋଇଛି
ମୋ ସମ୍ପର୍କ ର ଡୋର ।
ମୋହ ରେ ଧାଇଁଛି ମୁଁ ମୁଁ ପାଇବା ର ତୃଷ୍ଣା ନେଇ।
ଯନ୍ତ୍ରଣା ରେ ଜର୍ଜରିତ
ବିଦଗ୍ଧ ହୃଦୟ
ରହି ରହି ଶୁଣେ ମୁଁ ଗୋ
ତୁମ ବଂଶୀ ସ୍ୱନ।
ସମ୍ପର୍କ ତ ସୀମା ହୀନ
ଅଦୃଶ୍ୟ ବନ୍ଧନ।
ଏନ୍ତୁଡ଼ିଶାଳ ରୁ ଜୁଇ ଅବା ଜନ୍ମ ରୁ ଜନ୍ମାନ୍ତର।
ଆକାଶ ରୁ ପୃଥିବୀ ପର୍ଯ୍ୟନ୍ତ।
ପରିବ୍ୟାପ୍ତ ସୂତ୍ର ଏଇ
ତାକୁ ମାପି ତ ହୁଏନା।
ସ୍ନେହ ପ୍ରେମ ଆଉ ବିଶ୍ୱାସ ର
ତ୍ରିବେଣୀ ତୁଠ ରେ
ସମ୍ପର୍କ ର ଡୋରି ବାନ୍ଧି ଦିଏ
କେବେ ଭୁଲି ବି ହୁଏନା।
ନଈ ସିନା ଯାଏ ବହି
ଦିଗହଜା ହୋଇ।
ସମ୍ପର୍କ ର ନଈ ମୋର ବଢୁ ଅଛି
ପ୍ରେମ ଆଉ ବିଶ୍ୱାସ କୁ ନେଇ।

ଜ୍ୟୋତ୍ସ୍ନା ରାଣୀ ଦାଶ

ପାଳଲହଡା, ଅନୁଗୋଳ

Leave a Reply

Your email address will not be published. Required fields are marked *