ସମ୍ପର୍କ

 ସମ୍ପର୍କର ଖିଅରେ ବନ୍ଧା ଏ ମଣିଷ ଜୀବନ ମା

ଆ ବାପା ଭାଇଭଉଣୀ ସଖା ପରିଜନଙ୍କ ସ୍ନେହରେ ପଡିଛି ବନ୍ଧନ!ଏଇ ସମ୍ପର୍କ ଯେ ଦିନେ ଛିନ୍ନ ହୁଏ କେଇ ଟଙ୍କା ଓ ବିଳାସମୟ ଜୀଵର ମୋହରେ !

ଏଇ କେଇ ମୁହୂର୍ତ୍ତର କ୍ଷଣିକ ସୁଖ ପାଇଁ ମଣିଷ ଭୁଲିଯାଏ ନିଜ ରକ୍ତର ସମ୍ପର୍କ ଆପଣାର କରିବସେ ଟଙ୍କା ବିଳାସ ବ୍ୟସନର ସେଇ କେଇ ମୁହୂର୍ତ୍ତର ସୁଖ ସନ୍ତକ !

ଏଇ ସୁଖ ସନ୍ତକ ସେଇ ଦିନ ଯାଏ ସାଥି ପିଣ୍ଡରେ ପ୍ରାଣ ସଞ୍ଚରିତ ଥିବାଯାଏ ପିଣ୍ଡରୁ ପ୍ରାଣ ଚାଲିଗଲେ ତୁଚ୍ଛ ହୋଇଯାଏ ସେହି ଟଙ୍କା ଓ ଅରଜି ଥିବା ମିଛ ସୁଖ ସନ୍ତକର ଜୀଵନ!

ପ୍ରାଣ ଯିବା ପରେ ପିଣ୍ଡରୁ ସଭିଏଁ ସାଥି ସେହି ମଶାଣୀ ଯାଏ  

ମଶାଣୀର ଜୁଇରେ ପିଣ୍ଡ ବିଲୀନ ହେବାପରେ

ଛିଣ୍ଡିଯାଏ ସଂସାରର ସମସ୍ତ ମୋହ ମାୟାର ସମ୍ପର୍କ

ଛିଣ୍ଡିଯାଏ ସଂସାରର ସମସ୍ତ ମୋହ ମାୟାର ସମ୍ପର୍କ!

ଆଲୋକ କୁମାର

ବୁଢାରଜା, ସମ୍ବଲପୁର

8480502250

Leave a Reply

Your email address will not be published. Required fields are marked *