ସମିୟାଁ କାଏଁ ଗାଡିଥି ଆଏସି ଯେ ଜୁଗିଛୁ
ସମିୟାଁ ତ ଗୁଟେ ମାୟା ୟେ
କାଲି ବି ଥିଲା
ଆଜି ବି ଅଛେ
କାଲି ବି ଥିବା
ଯଉଥିବା- ଆସୁଥିବା
ଇଟାତୋ ପର୍ କୁତିର ଦୟା ୟେ।
ସମିୟାଁ କେନ୍ ଗାଡିଥି ଆଏସି ଭାଏଲ୍
ଯେ, ପଞ୍ଚର୍ ହେଲେ କେନ ରହିଯିବା
ଯାନିଥା, ଘଡିର କଣ୍ଟା ଥେବି ଦେଲେବି
ସମିୟାଁ ଚାଳିବାର ଟା ଚାଲୁଥିବା।
ତୁଇ ସିନା ଜାନସୁ ଦିନ୍, ବାର୍, ମାସ୍ ,ବଛର ତିଥି
ସମିୟାଁ କେଁ ଜାନସି ଖରା, ବର୍ଷା, ଶିତ୍ ରାତି।
ସମିଆଁର ଗୁଡ଼ ନାଇନ ବି ଆକ୍ କେ ଯଉଛେ ଚାଳି
ତର୍ ଦୁଇଟା ଗୁଡ଼ ଥାଇବି ପଛଘୁତା ମାରୁଛୁ ଖାଲି।
ସମିଆଁ କହେସି ବେଲ ଥଉଥଉ କାମ ସରାବାଟା ଶିଖ୍
କଦ୍ରିଆ କେ ତା’ର ଦିହିଁ ଓଜନ, ଜୀବନ ହେସି ଧିକ୍।
ବଜା ତାଳେ ଯେତେ ନାଚବୁ ,ପାଏବୁ ସେତେ ମଜା
ସମିଆଁ ତାଳେ ଯଦି ନାଚବୁ, ହେବୁ ଦୁନିଆର ରଜା।
ପିଲା, ଯୁବା , ବୁଢ଼ା ବୟସ, ତିନ୍ ଦିନିଆ ଖେଲ୍
ପୁଟ୍ କରି ବତୀ ଲିଭିଯିବା , ସରିଗଲେ ତେଲ୍।
ନାଇ ଯୁଗିଥା ଛକେ ବସି, ମୋର ସମିଆ ଆଏବା ବୋଳି
କେବେ ଦେଖିଛୁ ସମିଆଁ ରୁଡେ ଆସିବାଟା ଚାଲି।
ତୁଇ ସମିଆଁକେ ଚିନ୍ ଲେ ସମିଆଁ ତକେ ଚିନ୍ ବା
ତୁଇ ଯାଏଁଟା କର୍ବୁ ହେବା
କରମ୍ ଜାନି କରି ଫଲ୍ ପାଏବୁ
ଇ ସମିଆଁ ଏକା ଦେବା।