ସବୁତ କହିଛ

ମୁଁ ତ ବୁଝି ପାରୁଛି
ତମ ମଉନ ଭାଷା
ପୁଣି କାହିଁକି ଓଠକୁ
କଷ୍ଟ ଦେଉଛ,
ଏଠି ଅନେକ ତମ
ବିପକ୍ଷର ଲୋକ ଅଛନ୍ତି,
ତାହା ମୁଁ ବି ଜାଣିଛି
ଆଉ ତମେ ବି ଜାଣିଛ,
ପୁଣି କାହିଁ ଓଠକୁ କଷ୍ଟ ଦେଉଛ
ମନର ପ୍ରତ୍ୟେକ କଥାକୁ ଶବ୍ଦରେ
ପ୍ରକାଶ କରିବାର୍ ଜରୁରୀ ନୁହେ,
ବାମ ଗୋଡର ବୁଢା ଆଂଗୁଠିରେ ମାଟିକୁ ଅତାଡି….ସବୁତ କହୁଛ ,
ପୁଣି କାହିଁ ଓଠକୁ କଷ୍ଟ ଦଉଛ
ଏଠାରେ ଅନେକ କିଛି ଘଟି ଯାଏ
ଯାହା ପୂର୍ବରୁ ଯୋଜନା ନ ଥାଏ,
ତମ ଗାଳରେ ପଡି ବିୟସ୍ତ କରୁଥିବା
ବାଲକୁ ବାମ ହାତରେ ସାଉଁଟି….
ସବୁତ କହୁଛ,
ପୁଣି କାହିଁ ଓଠକୁ କଷ୍ଟ ଦଉଛ
ସେ ସବୁବେଳେ ହାରି ଯାଇ ଥାଏ
ଯାହାର ଧର୍ଯ୍ୟ ନ ଥାଏ,
ଏତେ ଦିନ ଧର୍ଯ୍ୟ ଧରି ମିନାକ୍ଷୀ
ସବୁତ କହିଛ,
ପୁଣି କାହିଁ ଓଠ କୁ କଷ୍ଟ ଦେଉଛ

ବବ୍ଲୁ ବାଗ୍

Leave a Reply

Your email address will not be published. Required fields are marked *