ସପନ ବଣିକ

ଆମ ଗାଆଁ ନଈ ତୁମ ଗାଆଁ ଦେଇ
ଯାଆନ୍ତା କି ସତେ ବୋହି
ନଉକାଟି ଧରି ନିଇତି ଆସନ୍ତି
ବଣିକ ସଜେଇ ହୋଇ

ନଈକୂଳ ଆଡେ ତୁମେ ବି ଆସନ୍ତ
ଗାଧୁଆ ବାହାନା କରି
ଭେଟାଭେଟି ପୁଣି ହୁଅନ୍ତା ସେଇଠି
ଗପସପ ମନଭରି

କାନର ଝୁମୁକା ପାଦର ପଇଁରୀ
ଯଦି ଘାଟେ ଯାଏ ହଜି
ପାଣିରେ ବୁଡିକି ଖୋଜିକି ଦିଅନ୍ତି
ନିଜକୁ ଲଗେଇ ବାଜି

ଡଙ୍ଗାରେ ବସେଇ ବୁଲେଇ ନିଅନ୍ତି
ଧୀରେ ଧୀରେ କାତ ମାରି
କଳାମେଘ ଦେଖି ଡରି କି କୁହନ୍ତ
ଚାଲ ଯିବା ଆମେ ଫେରି

ନଈ ଗଡି ଯାଏ ଦୂରକୁ ଦୂରକୁ
ରାତି ଆସେ ସରି ସରି
ମନ ମୋ କହୁଛି ସପନଟି ଦିନେ
ସତ ହେବ ସୁନା ଗୋରୀ

ସୁହଂସ ଭୋଇ
ପହଣ୍ଡି, ବର

Leave a Reply

Your email address will not be published. Required fields are marked *