ସତ୍ୟ ଶାନ୍ତି ଦୟା କ୍ଷମା ବଢାଏ ବ୍ୟକ୍ତିତ୍ୱ ଗାରିମା

ସତ୍ୟ ଶାନ୍ତି ଦୟା କ୍ଷମା ସୁଗୁଣ ଯେ ସହଜାତ ମାନବ ର
ଦେବତା ଦୁର୍ଲଭ ଉଚ୍ଚ ବିଚାର ତ ଅଟେ ଜ୍ଞାନୀ ଗୁଣି ଙ୍କର,,

ସତ୍ୟ ର ପଥେରେ ପଥିକ ଯେ ନର ଛୁଁଏନାହିଁ ଭବ ବାଧା
ଅସତ୍ୟ ର ମାର୍ଗ ଅନ୍ଧକାର ମୟ ମିଳେନାହିଁ ସଫଳତା,,

ଅହିଂସା ଧର୍ମ କୁ ଆଚରଣ କରି ବିଶ୍ୱ କୁ ଜିଣିଲେ ଗାନ୍ଧୀ
ଶାନ୍ତ ଚିତ୍ତ ସଦା ସଂଯମୀ କରାଏ ସହିଷ୍ଣୁତା ଗୁଣ ଭରି,,

ସେବା ପରାୟଣ ଚିତ୍ତ ରେ ପିୟୁଷ ସର୍ବଦା ବରଷୁ ଥାଏ
କ୍ଷମାଶିଳ ଗୁଣ ଗାରିମା ମୟ ଯେ ପୁରାଣ ରୁ ଜଣାଯାଏ,

ବ୍ୟକ୍ତିତ୍ୱ ର ଦିବ୍ୟ ପରି ପ୍ରକାଶ ଯେ ବିନୟ ବଚନ କୁହେ
ସତ୍ୟ ର ପୂଜାରୀ ଅଟେ ନିଷ୍କଳଙ୍କ ପୁଣ୍ୟ ମୟ ଜୀବନ ଏ,,

ଅପରାଜିତା ପରିଡା,

କୁଜଙ୍ଗ, ଜଗତସିଂହପୁର,

Leave a Reply

Your email address will not be published. Required fields are marked *