ସତର୍କ ସୂଚନା

ଦାନା ବାନ୍ଧି ଦାନା ଆସୁଛି ଟି ଅନା
ସମୁଦ୍ର ମଧ୍ୟୁ ବାହାରି
କାଚିବ ନାଛିବ ସବୁ ଉଜାଡ଼ିବ
କରାଳ ରୂପକୁ ଧରି।

ପବନରେ ତାର ଭାଙ୍ଗି ଘରଦ୍ଵାର
ଉପାଡ଼ିବ ଗଛଲତା
ତଳିଆ ଅଞ୍ଚଳ ଜଳମଗ୍ନ କରି
କରିବ ଭାରି ହୀନସ୍ତା।

ଜରାଜୀର୍ଣ୍ଣ ଘରେ ସମ୍ପଦ ମୋହରେ
ନ ରୁହ କେହି ବି ଜନ
ଟଙ୍କା ସୁନା ଠାରୁ ଜୀବନ ଆମର
ଶତ ଗୁଣେ ମୂଲ୍ୟବାନ ।

ଜୀବଥିଲେ ଧନ ଅରଜିବ କେତେ
ସୁରକ୍ଷିତେ ଆଗେ ରୁହ
ଜୀବନ ଆଗରେ ଯେତେ ଧନରତ୍ନ
ମୂଲ୍ୟବାନ କେବେ ନୁହଁ।

ଗାଈଗୋରୁ ଯେତେ ପୋଷା ଜୀବଜନ୍ତୁ
ଆସିବାର ବେଳେ ସାଥେ
ଘେନିଆସ ଭାଇ ନିର୍ଦ୍ଦୟ ନହୋଇ
ରହିଥାନ୍ତୁ ସର୍ବେ ସୁସ୍ଥେ।

ହୁଅ ସାବଧାନ ମୋ’ଭାଇ ଭଉଣୀ
ନୋହି କେହି ବିଚଳିତ
ବିପଦ ସଙ୍କୁଳ ସ୍ଥାନ ଛାଡ଼ି ଯାଇ
ରୁହ ଦୂରେ ସୁରକ୍ଷିତ।

ତପନ କୁମାର ବେହେରା

କାନପୁର, ନରସିଂହପୁର, କଟକ
 

Leave a Reply

Your email address will not be published. Required fields are marked *