ଶୀତର ସକାଳେ ସୂରୁଜ ଉଇଁଲେ
ପଡଇ କଅଁଳ ଖରା
ଘାସର ଉପରେ ଶିଶିର ବିନ୍ଦୁଟି
ଝଟକି ଉଠଇ ଧରା ।
ପୁରା ଧରଣୀ ଟି ସୁନ୍ଦର ଦିଶଇ
ଦେଖି ଲେ ଲାଗଇ ଲୋଭ
ଗୋଲାପ ପାଖୁଡ଼ା ଝଟକି ଉଠଇ
ଶିଶିର ରେ ଦିଶେ ଶୋଭା
ଯେବେ ବସେ ମୁଁ କଅଁଳି ଖରାରେ
ମନେ ଆସେ ବହୁ ଭାବନା
କେତେ ନୂଆଁ ତଥ୍ୟ ମିଳେ ମତେ
ମୋ କଲମ ହୁଏ ଚାଳନା
ଲୋକେ କହିଥାନ୍ତି କଅଁଳ ଖରାଟି
ଦେହ କୁ ବହୁତ ହିତ
ଶିଶୁର ଦେହରେ ବାଜିଲେ
ଖରାଟି ହୁଏ ଅମୃତ
ପୁରୁବ ଦିଗରେ ସୂରୁଜ ଉଇଁଲେ
ଖୁସି ଲାଗେ ତାର ସ୍ପର୍ଶେ
ପୁରା ଜଗତ ଟା ଅନେଇ ରହନ୍ତି
ଉଷୁମ ପାଇବା ଆଶେ

ରାଧାରାଣୀ ପଟ୍ଟନାୟକ
ବରଗଡ
ଫୋନ-8917237137
ଚନ୍ଦନ ନଗର