କଥାରେ ଅଛି ଦିନ ଯାଏ ଚିହ୍ନ ରହେ….
ସତରେ ସାବ୍ୟସ୍ତ କରିଛ ତୁମେ
ତୁମକୁ କ’ଣ ମୁଁ ନିମନ୍ତ୍ରଣ କରିଥିଲି ?
ମୋ ମନ ଓ ହୃଦୟ ରେ ଘର କରିବାକୁ
କାହିଁକି ତୁମେ………….
ମନ୍ତ୍ରପଢ଼ି ଜାଳି ଦେଲ ପ୍ରୀତିର ନିଆଁ
ମୋର ଅଲରା କେଶ ସଜାଡ଼ି
ନୀରବ ନିଥର ଭାବେ ମୁହଁକୁ ଚାହିଁ ରହିଲ,
କେମିତି ଭୁଲିବି କୁହ ତ ପ୍ରିୟ…….
କାହିଁକି ଯେ ମନ ଭିତରେ ଧସେଇ ପଶ, ଜାଣି ବି ଜାଣି ପାରେନା
ଆମ ବିଗତ ଦିନର କାହାଣୀ……..
ଜଳ ସାଜି ଝରିଯାଏ
ଆଜି ଆଖିର ଲୁହରେ
ଦେଖିଥିବା ପ୍ରେମ ଦୁନିଆର ସ୍ୱପ୍ନ
କେମିତି ଫୁଲର ପାଖୁଡା ପରି
ଏବେ ବୃନ୍ତଚ୍ୟୁତ ହୁଏ………..
ସାଜାଇଥିଲ ନା ପ୍ରେମର ସଂଗିନୀ!
ଗୁଣୁଗୁଣୁ ହୋଇ ଗାଉଥିଲେ ଜୀବନ ସଂଙ୍ଗୀତ,
ଧିରେ ଧିରେ ମୋ ଅଜାଣତେ ନୟନ କୋଣରୁ ଖସିଗଲ…..
କଣ ପାଇଁ?
ଆଶାର ସୌଧ ଚୁରମାର କଲ
ହୃଦୟେ ଦୁଃଖ ହିଁ ଦୁଃଖ ଭରିଦେଲା
ପ୍ରତିଟି ମୂହୁର୍ତ୍ତ ଏବେ କଷଣ ଦିଏ
ବେଦନାର ନଈ ପାରି କରିବାକୁ
ସାହା ଏକା ସେହି ଜଣେ
ତା’ହାରି ଇଙ୍ଗିତେ ତ ସବୁ ହୁଏ
ଆଉ ହେଉ ଥିବ ପ୍ରତିକ୍ଷଣେ
(କରି କରାଉ ଥାଉ ତୁହିଁ
ତୋ’ ବିନୁ ଆନ ଗତିନାହିଁ।)