ଏତେ କୋଳାହଳ ଭିତରେ ବି
ଶୂନ୍ୟତାର ପରିସୀମାକୁ
ଖୁବ୍ ସହଜରେ ଅନାୟାସରେ
ଉପଲବ୍ଧି କରେ ।
ତମେ ଖୁବ୍ ପାଖରେ ଥିଲେ ବି
ବେଳେବେଳେ ତୁମର
ଆବର୍ତ୍ତମାନ କୁ ମୋ ହୃଦୟରେ
ପ୍ରତିସ୍ପନ୍ଦିତ କରେ ।
ଆକାଶକୁ ଚାହିଁ ପଚାରେ ବଉଦକୁ
ସାଙ୍ଗରେ ନେଇ ଆ ମୋ ପ୍ରିୟାକୁ
ପ୍ରିୟତମା ନୁହେଁ ସେ କାହାର
ପ୍ରିୟତମା ଅଟେ ସେଇ ଶୂନ୍ୟତାର ।