ଅତୀତର ଯେତେ ନୈରାଶ୍ୟ ତମିସ୍ରା
ନୂତନ ଆଲୋକେ ଯାଉ ଉଭେଇ….
ନବ ଉଚ୍ଛ୍ବାସେ ନବନୀତ ଉଷା
ସ୍ଵାଗତିକା ଗାଉ ହସ୍ତ ବଢେଇ ।
ଫୁଲଫୁଟା ସଞ୍ଜ ମହକ ସାଥୀରେ
ତୋଳିଦେଉ ସ୍ନେହ, ପ୍ରୀତି ଗୁଞ୍ଜନ …….
ରାତ୍ରିର ପଣତ ତଳେ ଶୋଇଶୋଇ
ଚକ୍ଷୁ ଦେଖୁ ଥାଉ ନୂଆ ସପନ।
ହସୁ ଉପବନ ବହୁବର୍ଣା ପୁଷ୍ପେ
ନବ କିଶଳୟେ କୁସୁମଲତା….
ସୁଖ କଲ୍ଲୋଳିନୀ ଛୁଇଁ ଯାଉ ଦେହ
ଜହ୍ନ ବାଣ୍ଟୁ ଥାଉ ଖୁସି ବାରତା ।
ଚବିଶ ସରିଛି ପଚିଶ ଆସିଛି
ଚାଲ ସର୍ବେ କିଛି ନୂଆ କରିବା ..
ନିଜେ ହସି ହସି ଅନ୍ଯ ପାଇଁ କିଛି
ସୁଖ,ଶାନ୍ତି ଆଉ ହସ ବାଣ୍ଟିବା ।
ଏ ଧରା ହୋଇବ ସ୍ବର୍ଗଠୁ ସୁନ୍ଦର
ଚାଲ ଭୁଲି ଯିବା ମନମାଳିନ୍ଯ
ଦୟା, କ୍ଷମା, ସ୍ନେହ,ମମତା ରଜ୍ଜୁରେ
ବାନ୍ଧି ହୋଇଥିବା ସାରା ଜୀବନ।