ସବୁ ଋତୁର୍ ଭିତରେ
ଭଲ ଲାଗସି ମତେ ଶୀତ୍
ଭଲ୍ ଲାଗସି ମତେ ଶୀତ୍
ତାର୍ ଲାଗି ମୋର୍ କେତେ କବିତା
ଆରୁ କେତନି କେତେ ଗୀତ୍
ଆରୁ କେତନି କେତେ ଗୀତ୍
ଖରା ଥିଲେ ବରଷା ଅଛେ
ଆରୁ ବରଷା ଥିଲେ ଶୀତ୍
ଆରୁ ବରଷା ଥିଲେ ଶୀତ୍
ଗୁଟକର୍ ବିନା ଗୁଟେ ଅଧୁରା
ଯେନତା ମନର୍ ବିନା ମିତ୍
ଯେନତା ମନର୍ ବିନା ମିତ୍
ଶୀତର୍ ଧୁକା ବାଜିଗଲେ ଥରେ
ଫୁଟସି କେତେ ଫୁଲ
ଫୁଟସି କେତେ ଫୁଲ୍
ଡାଲ୍ ପତର୍ ସବୁ ଝଟକୁ ଥିସନ୍
ହସୁଥିସନ୍ ମୁଲ୍ ମୁଲ୍
ହସୁଥିସନ୍ ମୁଲ୍ ମୁଲ୍
ପୁରୁବ୍ ଦିଗେ ସୁରୁଜ୍ ଉଇଁଲେ
ହସିଦେସି ସୁରୁଜ୍ ମୁଖି
ହସିଦେସି ସୁରୁଜ୍ ମୁଖି
ଗୁଲା ଫୁଲ୍ ଥି କାଁକର୍ ପଡଲେ
ନାଇଁ ପାର ତମେ ତାର୍ ଚାହାନି ଦେଖି
ନାଇଁ ପାର ତମେ ତାର୍ ଚାହାନି ଦେଖି
ଶୀତ୍ ତ’ ଆଏସି ହେଲେ ଗଲାବେଲେ
ଆନନ୍ଦ ଉଷତ୍ କେ ସବୁ
ସାଙ୍ଗେ ନେଇକରି ଯାଏସି
ସାଙ୍ଗେ ନେଇକରି ଯାଏସି
ତାର୍ ପଛେ ପଛେ ଡହ ଡହ ଖରା
ଧରା କେ ମାଡି ଆଏସି
ଧରା କେ ମାଡି ଆଏସି
ଶୀତ୍ ଥର୍ ଥରାସି ଦେହେଁ ସିନା
ଉସତ୍ ହେଉ ଥିସି ମନ୍
ଉସତ୍ ହେଉ ଥିସି ମନ୍
ରେଜେଇ କମଲର୍ ମଜା ପାଏସି
ଯାହାର୍ ପାଖେ ଥିସି ଧନ୍
ଯାହାର ପାଖେ ଥିସି ଧନ୍
ଭୁତି ଦୁଃଖ୍ କରି ଯିଏ ଖାଏସି
ତାର୍ ଜୀବନ ହେସି କଲବଲ୍
ତାର୍ ଜୀବନ ହେସି କଲବଲ୍
ତାର୍ ଲାଗି କାଏଁ ଖରା ବରଷା
ଶୀତ୍ କାଁକର୍ ତାକେ ଲାଗବା କାଏଁ ଭଲ୍
ଶୀତ୍ କାଁକର୍ ତାକେ ଲାଗବା କାଏଁ ଭଲ୍
ସମକୁ ଲାଗିଛେ ଦେଖ ନୁଆଁ ବଛରର୍ ମହନି
କେତେ ଯେ ନଚା ଡେଗା ଆରୁ
କେତେ ଯେ ଭୁଜି ପାତିର୍ କାହାନୀ
କେତେ ଯେ ଭୁଜ ପାତିର୍ କାହାନୀ
ହେଥିର୍ ଲାଗିତ ସବୁ ଋତୁ ଭଲ୍
ବାକି କେନଟା କାହାର୍ ମନକେ ପାଏସି
ବାକି କେନଟା କାହାର୍ ମନକେ ପାଏସି
ସବୁ ଋତୁର୍ ଭିତରେ ମତେ
ଶୀତ୍ ଟା ଭଲ୍ ଲାଗସି
ଶୀତ୍ ଟା ଭଲ୍ ଲାଗସି
