ଶୀତୁଆ ସକାଳେ ଶୀତରେ , ବୋଲି ହୁଁ ଟି……l
ଗାଧୋଇ ପଡ଼ିଲି ଘାଟରେ, ବୋଲି ହୁଁ ଟି…..l
ଏକ ବର୍ଣି ଗାଈ ଗୋବର ,
ଲିପିଛି ମୁଁ ଘର ଦୁଆର ,
ଆଜି ପରା ଗୁରୁବାର ଟି, ବୋଲି ହୁଁ ଟି….l
ପକେଇଛି ଝୋଟି ଚିତା ଟି , ବୋଲି ହୁଁ ଟି…..l
ଆସିବେ ଲକ୍ଷ୍ମୀ ସାଆନ୍ତାଣୀ ,
ପୂର୍ଣ୍ଣ ହେବ ମୋର ମାଗୁଣି ,
ଯାଚିଣ ଦେବେ ସେ ବର ଟି , ବୋଲି ହୁଁ ଟି….l
ପୂର୍ଣ୍ଣ ହେବ ମୋର ଆଶା ଟି , ବୋଲି ହୁଁ ଟି….l
ଜାଣି ନାହିଁ ପୂଜା ମନ୍ତର,
ଭକତି ଭରା ଏ ଅନ୍ତର,
ଭକ୍ତି ଭାବ ବlଢ଼ି ଦେବି ଟି , ବୋଲି ହୁଁ ଟି…..l
ଭାଗ୍ୟ ମୋର ଫିଟି ଯିବ ଟି ,ବୋଲି ହୁଁ ଟି….l
ପଞ୍ଚ ବର୍ଣ୍ଣ ପୁସ୍ପେ ପୂଜିବି,
ଦଶ ବର୍ଣ୍ଣ ଫଳ ବlଢ଼ିବି,
ଲକ୍ଷ୍ମୀ ମାତା ସାହା ହେବେ ଟି , ବୋଲି ହୁଁ ଟି…..l
ଝରିବ କରୁଣା ବାରି ଟି , ବୋଲି ହୁଁ ଟି ……l
କାଳେ ଶୀତରେ , ବୋଲି ହୁଁ ଟି……l
ଗାଧୋଇ ପଡ଼ିଲି ଘାଟରେ, ବୋଲି ହୁଁ ଟି…..l
ଏକ ବର୍ଣି ଗାଈ ଗୋବର ,
ଲିପିଛି ମୁଁ ଘର ଦୁଆର ,
ଆଜି ପରା ଗୁରୁବାର ଟି, ବୋଲି ହୁଁ ଟି….l
ପକେଇଛି ଝୋଟି ଚିତା ଟି , ବୋଲି ହୁଁ ଟି…..l
ଆସିବେ ଲକ୍ଷ୍ମୀ ସାଆନ୍ତାଣୀ ,
ପୂର୍ଣ୍ଣ ହେବ ମୋର ମାଗୁଣି ,
ଯାଚିଣ ଦେବେ ସେ ବର ଟି , ବୋଲି ହୁଁ ଟି….l
ପୂର୍ଣ୍ଣ ହେବ ମୋର ଆଶା ଟି , ବୋଲି ହୁଁ ଟି….l
ଜାଣି ନାହିଁ ପୂଜା ମନ୍ତର,
ଭକତି ଭରା ଏ ଅନ୍ତର,
ଭକ୍ତି ଭାବ ବlଢ଼ି ଦେବି ଟି , ବୋଲି ହୁଁ ଟି…..l
ଭାଗ୍ୟ ମୋର ଫିଟି ଯିବ ଟି ,ବୋଲି ହୁଁ ଟି….l
ପଞ୍ଚ ବର୍ଣ୍ଣ ପୁସ୍ପେ ପୂଜିବି,
ଦଶ ବର୍ଣ୍ଣ ଫଳ ବlଢ଼ିବି,
ଲକ୍ଷ୍ମୀ ମାତା ସାହା ହେବେ ଟି , ବୋଲି ହୁଁ ଟି…..l
ଝରିବ କରୁଣା ବାରି ଟି , ବୋଲି ହୁଁ ଟି ……l

ପ୍ରଣତି ସାହୁ
ପ୍ରଫେସର କଲୋନୀ
ରାୟପୁର