ଶୀତର ଦୁଇଟି ସ୍କେଚ

(୧)
ଆମ ରାଇଜର ଗେହ୍ଲା ଝିଅ ଶୀତ
ବରଷକୁ ଥରେ କୁଣିଆ ଆସିଛି
ସମସ୍ତଙ୍କୁ ଭେଟିବାର ପ୍ରୟାସ କରୁଛି
ଘର ଘର, ବାଡି ଦୂଆର ଯାଏ ।
ରାସ୍ତା,ବିଳ,ବଣ, ନଈ,ପୋଖରୀ ସାରା ବୁଲୁଛି
ପୁରୁଣା ଲୋକଙ୍କୁ ଚିହ୍ନି ପାରୁଛି
କିନ୍ତୁ, ଏବର
ଜୋତା,ମୌଜା,ସ୍ୱେଟର,ଗରମ ଟୋପି ପିନ୍ଧା
ଛୁଆ ପୂତାଙ୍କୁ ଚିହ୍ନି ପାରୁନି।
ହେଲେ
ନଙ୍ଗୁପିଙ୍ଗୁ ଦେଖିଲେ ଟିକେ ହସି ଦଉଛି।

          (୨)

ଆମ ଗାଁରେ ଶୀତ ବିଛେଇ ହେଇଛି
ସାଉଁଟିବାକୁ ଚାହୁଁଛି, ହେଲେ
ପାପୁଲିରେ ରାପି ହେଉନି,
ଗାମୁଛାରେ ବାନ୍ଧି ହେଉନି,
ସାର୍ଟ ପ୍ୟାଣ୍ଟ ମୁଣାରେ ପୁରେଇ ହେଉନି,
ଉପାୟ ଖୋଜୁ ଖୋଜୁ
ଦିବାକର ସବୁ ସାଉଁଟି ନେଉଛି।

ସୁବାସ ଚନ୍ଦ୍ର ନାଏକ

(ଜୁନାଗଡ଼ କଳାହାଣ୍ଡି)
Mob ୮୬୫୮୪୫୦୦୨୭


Leave a Reply

Your email address will not be published. Required fields are marked *