ଶିକ୍ଷକ ଜୀବନ ସୁନ୍ଦର ଜୀବନ
ଏହା ଜୀବନର ଏକ ବ୍ରତ
ଶିକ୍ଷକ ର ଲାଗି ପୁରା ସଂସାର ଟା
ହୋଇ ଯାଆନ୍ତି ଜାଗ୍ରତ
କଷଣକୁ ସହି ଉଚ୍ଚ କଣ୍ଠରେ
କରେ ସିଏ ବିଦ୍ୟା ଦାନ
ଏ ଧରା ପୃଷ୍ଠରେ କିଏ ବି ହେବନି
ଶିକ୍ଷକ ସହ ସମାନ
ଏ ଧରା ଧାମରେ ଉପାର୍ଜନ୍ତି
ଅବା ବୃଦ୍ଧ ବନିତା
କିନ୍ତୁ ଭାଗ୍ୟବାନଯେ ସେହି ଲୋକଟି
ଯିଏ କରେ ଶିକ୍ଷକତା
ମାଟିର ପିଣ୍ଡୁଳା ସମ ଛାତ୍ରଛାତ୍ରୀ
ଶିକ୍ଷକ ସଂସ୍ପର୍ଶେ ଆସି
ବିଦ୍ୟାର ଆଲୋକେ ଆଲୋକିତ ହୋଇ
ଦିଅନ୍ତି ତମସା ନାଶି
ଶିକ୍ଷକ ପରା ଶିକ୍ଷକ ନୁହେଁ
ସେ ଅଟେ ମର୍ତ୍ତ୍ୟର ଭଗବାନ
ଶହ ଶହ ଛାତ୍ରଛାତ୍ରୀ ମଥା ନତ କରି
କରିଥାନ୍ତି ତାକୁ ନମନ
ଶିକ୍ଷକତା
