ଶଗଡ୍ ଗାଡ଼ି


ଶଗଡ୍ ଗାଡିରେ ଶଗଡ୍ ଗାଡ଼ି
କାହିଁ ହଜିଗଲୁ ତୁଇ
ଦେଖିବାର୍ ଲାଗି ସପନ୍ ହୋଇଛେ
ତୋର୍ ଦେଖା ଦର୍ଶନ୍ ନାଇଁ।
ରକମ୍ ରକମ୍ ଗାଡି ଦିଶୁଛେ
ଇଛେନ୍ ବାଟେଁଘାଟେଁ
ତୋର୍ ଚକା ଆଉ ନାଇଁ ଗଡ୍ବାର୍
ଗାଁ ସହରେ ମୁଟେଁ।
କେତେ କେତେ କାମ୍ କରିଚୁ
ସବୁ ଲୁକର୍ ଲାଗି
ତୋର୍ ଉପକାର୍ ଭୁଲିଗଲେ
ହୋଇ ସଭେଁ ମତ୍ଲବି।
କାଠେ ତିଆରି ତୋର୍ ଦେହେଁଟା
ଅବଗା ନିଦା ଶରୀର୍
କେଁ କଟ୍ କଟ୍ କରି ଯାଉଥିଁସୁ
ନାଇଁ ହୁଏ କେଭେଁ ପାଶ୍ ରି।
ବଳଦ୍ ଜୁଡ଼ା ସଙ୍ଗେ ଶଗ୍ଡିଆଟା
ଜୁଟିଥିଲେ ଗୁଟେ ଠାନେ
ବଡା ଆରାମେ ଗଡି ଯାଇସୁ
ଉଷତ୍ ହେସନ୍ ଲୋକ୍ ମାନେ।
ଉପର୍ ଛାଦେନ୍ ଲଗେଇ କରି
ଆସୁଥିଲା ନୂଆଁ ଭୁଆସେନ୍
ଏ ସି ଗାଡ଼ିନେ କାହିଁ ମିଳ୍ଵା
ସେ ମଜାଟା ଇଛେନ୍।
ଶଗଡ଼ିଆ ମୁହୁଁ ଗୀତ୍ ଶୁନି ଶୁନି
ଯାଉଥିଲେ ମାମୁଁଘର୍
ଖୁଲା ମେଲା କରି ଲୋକ୍ ଆନୁଥିଲେ
ଲଦିକି ଜିନିଷ୍ ପତର୍।
ଖେତୁ ଖଳାକେ ଧାନ୍ ଆନି
ଦେଉଥିଲୁ ତୁଇ ଗଦେଇ
କାହିଁଗଲୁରେ ଶଗଡ୍ ଗାଡ଼ି
ମୁନୁଷ୍ ହେଉଛେ ଭାଲି।
ପେଟ୍ରୋଲ୍ ନାଇଁ କି ଡିଜେଲ୍ ନାଇଁ
ନାଇଁ କୁହୁଳାର୍ ମୁଡ୍ ବଥା
ସବୁ ରକମ୍ ଢକମ୍ ସୁବିଧା ଥିଲା
କିଏ ଶୁନ୍ବା ମନର୍ କଥା।
ହଜି ଗଲାନ କେତେ ଜୁନ୍ହା ଜିନିଷ୍
ଖୁଜୁଛନ୍ ଆଧୁନିକ୍ ଜିନିଷ୍ କେ ଲୋକ୍
ଲେକିନ୍ ଭାବ୍ ପାଇଛେ ଯେ ଥରେ
ନାଇଁ ଛାଡି ପାରେଁ ତାର୍ ର୍ଶୌକ।
ସଜେଇ ଧଜେଇ ରହିଛୁ ଇଛେନ୍
ପ୍ରଦର୍ଶନୀ ନେ ତୁଇ
ଆଏଁଖ୍ ଫାଡି ଫାଡି ଛୁଆ ଦେଖୁଛନ୍
ଇଟା କାଣା ଗୁଟେ ବୋଲି।

ଅନୁପମା ବିଶ୍ଵାଳ
ମୋଦିପଡା, ସମ୍ବଲପୁର
୭୯୭୮୫୬୮୩୨୨

Leave a Reply

Your email address will not be published. Required fields are marked *