ଲୁହ

ଲୁହ ମୋର ଯେତେ ନିଜର
କେହି ନୁହେଁ ଆଉ ସେତେ ଆପଣାର

ଭାଇ ବନ୍ଧୁ ଯେତେ ସଖା ସହୋଦର
କେତେବେଳେ ଆତ୍ମୀୟ ତ’ କେତେବେଳେ ଲାଗନ୍ତି ପର

ଲୁହ ଏକା ଯିଏ ପ୍ରିୟ ମଧ୍ୟରେ ମୋର ହୁଏ ଗଣା
ସୁଖରେ ହେଉ କି ଦୁଃଖରେ ହେଉ
ମନ କରେ ନାହିଁ କେବେ ସେ ଉଣା

ଲୁହ ମୋର ଝରୁଥାଏ ଚିରସ୍ରୋତା ପରି
ଦୁଃଖରେ ଦୁଃଖୀ ହୋଇ ଦୁଇ ଆଖିରୁ
ଯାଏ ସେ ବାହାରି

ସୁଖରେ ସୁଖି ହୋଇ ଆତ୍ମହରା ହେଲେ
ମୋ ଖୁସିରେ ଖୁସି ହୋଇ ସିଏ ପୁଣି
ଲୋତକ ହୋଇ ମୋହରି ଛାତିରେ ହିଁ ପଡେ

ହସ ଲୁହ ଯେମିତି ଜୀବନର ଦୁଇ ଗତି
ସୁଖ ସହ ଦୁଃଖ ବିନା ବଦଳେ ନାହିଁ ପରିସ୍ଥିତି

ଆଜିର ଜୀବନ କାଲିକି ପାଣି ଫୋଟକା ପରି
ତେଣୁ ଟିକେ ହସ ଟିକେ ଖୁସି ଏତିକିରେ
ଦିନ ରାତି ଯାଉ ପଛେ ସରି

ମାନ ସମ୍ମାନ ପରସ୍ପରକୁ ଦେଇ
କ୍ଷୁଦ୍ର ଜୀବନକୁ ଦିଅ ବିତେଇ

ଅନ୍ୟକୁ ନିଚ ଦେଖାଇ ମନେ ମନେ
ଖୁସି ନ ହୁଅରେ ଭାଇ

ନିଜ ଭିତରେ ଥିବା କ୍ରୋଧ ହିଂସା ଇତ୍ୟାଦିକୁ
ଜଳାଞ୍ଜଳି ଦେଇ ନିଶ୍ଚୟେ ନିଜ ଠାରୁ ନିଜେ
ହୋଇ ପାରିବା ବିଜୟୀ

ସଂଗୀତା ମୋହନ ଗହିର

ଭବାନୀପାଟଣା

କଳାହାଣ୍ଡି

Leave a Reply

Your email address will not be published. Required fields are marked *