ଲୁହ

ଲୁହ ତୁ ହିତାଙ୍କାକ୍ଷି ନାଁ ସ୍ୱାର୍ଥବାଦି
ଆଉ କି’ ନାଁ ତୋର,
ରଙ୍ଗ ହିନ ବିନ୍ଦୁ ରୁ ହେଉ ଆରମ୍ଭ
ପଥ ଟି ହୃଦ ଗଭିର ।।

ଖୁସିରେ ସମୟେ ବହି ମୁକ୍ତସମ
ଦୁଃଖ ରେ ଝରା ଶ୍ରାବଣ,
ହୃଦୟରେ ଯେବେ ଉଠିଥାଏ କୋହ
ବୋହି ଯାଉ ଅନର୍ଗଲ ।।

ପୁଣି କେବେ ହଠାତ ଚାଳି ଆସୁ
ଅମାନିଆ ଢେ଼ଉ ଟେ ସାଜି,
ଅତୀତ ର ସେ ଅଭୁଲା ସ୍ମୃତି କୁ
ଭିଜେଇ ଦେବ ବୋଲି ।।

ଆନନ୍ଦ ଉଲ୍ଲାସେ ନାଚି ଉଠୁ ପୁଣି
ଯେମିତି ମନ୍ଦାକିନୀ ଜଳ,
ତତେ ଚିହ୍ନିବା ଭାରି ଅଡ଼ୁଆ ସତେ
ତୁ କଷ୍ଟକର ବ୍ୟାପାର ।
ଲୁହ ତୁ କଷ୍ଟକର ବ୍ୟାପାର …।

ସଙ୍ଗୀତା ଦିପ,
ବରଗଡ଼ ହାଟପଦା ।

Leave a Reply

Your email address will not be published. Required fields are marked *