ଲଂଘିବି ଦୂର୍ଗ

ହୃଦୟକୁ କରିଛି ଦୂର୍ଗ ମୋହର,

ଗଢିଛି ଉଚ୍ଚ ଉଚ୍ଚ ପ୍ରାଚୀର,

ଜୀଇଁବି ବୋଲି ମୁଁ ଏକା,

କେହି କାଳେ ପୁଣି ଲଗାଇ ନଜର

ଭାଙ୍ଗିଦେବ ଛୋଟ ମନକୁ ମୋହର,

ତେଣୁ କାନ୍ଥରେ ନାହିଁ ଝରକା….

ଡେଣା ଥାଇ ଆଉ ଉଡେନା ମୁହିଁ

ଚଇତି ପବନକୁ ଭରଷା ନାହିଁ,

ଭୟରେ ସପନ ଆଉ ନ ଦେଖେ,

ଦେଖିଲେ ବି ପଲକ ପଛରେ ରଖେ…

କାଚର ହୃଦୟ ଭାଙ୍ଗିଛି ଥରେ,

ଭାବିଲେ ସେ କଥା ରକତ ଝରେ…

କିନ୍ତୁ ଯଦି ତୁମେ ହୋଇ ଚଢେଇଟେ 

ଆସିବ କେବେ ମୋ ହୃଦୟର ବାଟେ

ଭାଙ୍ଗିବି ଉଚ୍ଚ ପ୍ରାଚୀର,

ଆଖିରେ ପୁଣି ମୁଁ ସପନ ଦେଖିବି

ଚଇତି ପବନେ ପୁଣି ମୁଁ ଉଡିବି

ଲଂଘିବି ଦୂର୍ଗକୁ ମୋର… ।।

ବୁବୁନ୍ ଦଣ୍ଡସେନା

ସୋନପୁର

Leave a Reply

Your email address will not be published. Required fields are marked *