ସୂରୁଜ ଉଇଁଲେ ରୂପସୀ ପଦୁଅଁ
ହୋଇଥାଉ ପ୍ରଷ୍ପୁଟିତ
ଅନନ୍ତ ତୁମର. ପ୍ରେମ ପୀୟୁଷକୁ
ଦେଖି ହୁଅନ୍ତି ଚକିତ !!
ପ୍ରତ୍ୟୁଷରୁ ଝରେ କେତେ ଅନୁରାଗ
ହସ ହସ କାନ୍ତି ଝରେ
ଭକ୍ତି ଭାବ ଲୟ ମୁଦ୍ରିତ ନୟନେ
ଚାହିଁଥାଏ ପ୍ରତିକ୍ଷାରେ !!
ପାଇବାର ନୁହେଁ ଭକ୍ତିରେ ସୁନ୍ଦର
ଢଳ ଢଳ ଦିଶୁଥିଲ
ଗୋଟାଇ ନେବେନି ପଥିକ ତୁମକୁ
ପୁଲକିତ ମନେଥିଲ !!
ଏହି ସଂସାରଟା ବିଶାଳ ସାଗର
ପ୍ରେମବି ଅଧୁରା ନୁହେଁ
ତୃଷ୍ଣା ବିନା ଜୀବ ଚଳେ ନାହିଁ ବୋଲି
ଏ କଥା ହୃଦୟ କହେ !!
ପଦ୍ମିନୀ ପ୍ରେମରେ ଗଗନେ ତପନ
ଚିର ଶାଶ୍ଵତତା ଥାଏ
ମାୟା ବନ୍ଧନର ହୁଏ ଆକର୍ଷିତ
ପ୍ରୀତି ଅଭେଦତା ରହେ !!
ଏହା ବୈଚିତ୍ରତା କେତେ ଅନାବିଳ
ପ୍ରେମ ଭକ୍ତି ଅଭିସାରେ
ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ
ପଦ୍ମ ହୁଅନ୍ତି ଅଧିରେ!!
ଏମିତି ରହିବ ତୁମ ପ୍ରେମର ବନ୍ଧନ
ଅତୁଟ ସାରା ଜୀବନ
ଦୁହେଁ ଦୁହିଁଙ୍କର ପ୍ରୀତିରେ ଆକୃଷ୍ଟ
ଶୀହରଣ ଖେଳୁ ତନ୍ନ !!