ଜ୍ଞାନୀ ମୁଁ, ବିଜ୍ଞାନୀ ବି ମୁଁ
ଶତାବ୍ଦୀ ର ଅନ୍ତର୍ଦ୍ଧ୍ୱନି ଯୁଗାବ୍ଦ ବି ମୁ
ଅହଙ୍କାରେ କରେ ମୁଁ ଗର୍ଜନ,
ମୁଁ ତ୍ରୈଲୋକ୍ୟ ବିଜୟୀ ରାବଣ ।।
ଜନ୍ମାତ ବ୍ରାହ୍ମଣ, କିନ୍ତୁ ରାକ୍ଷସ ରୂପେ ଅଭିହିତ କରେ ମତେ ରାମାୟଣ ,
ପ୍ରାଗଲ୍ଭିକ ଙ୍କ ହିଲ୍ଲୋଳିତ ଲେଖନୀ ରେ
ସୃଷ୍ଟି କରେ ଶିହରଣ ।
ଏ ସନ୍ଦିହାନ ପୃଥିବୀରେ ସାଜିଛି ମୁଁ ସନ୍ଦର୍ଭ ର କାରଣ ,
ମୁଁ ଦଶାନନ ରାବଣ ।।
ଓଁ ହ୍ଲିଂ କ୍ଲିଂ ଚାମୁଣ୍ଡାୟ ଉଚ୍ଚାରଣ,
ଯେବେ ସୃଷ୍ଟି କରେ ହୃଦୟେ କମ୍ପନ
ପ୍ରଚ୍ଛଦପଟ ଭୟାତୁର ମନରେ ଯେଉଁ ଛବି ଭାସିଉଠେ,
ମୁଁ ସେଇ ରକ୍ତମୁଖା ରାବଣ ।।
ମହା ମେଧାବୀ କବି ,
ଅଗାଧ ପାଣ୍ଡିତ୍ୟ ର ଅଧିକାରୀ ମୁଁ ,
କରେ ଶିବ ତାଣ୍ଡବ ର ଉଚ୍ଚାରଣ,
ମୁଁ ସେଇ ବିସ୍ରବା ନନ୍ଦନ ରାବଣ ।।
ଯେବେ ଆହ୍ଲାଦ ନଦେଲା ,
ପଞ୍ଚବଟୀ ସମୀରଣ ,
କଲି ମାତା ସୀତା ଙ୍କ ହରଣ ;
ବାସନାସିକ୍ତ ମନ ହେଲା ମୋ ପାପ ର କାରଣ ।
ପ୍ରଭୁ ଶ୍ରୀରାମ ଙ୍କ ବାଣ ସାଜିଲା ମୋ ମୃତ୍ୟୁ ର କାରଣ ,
ମୁଁ ଲଙ୍କେଶ ରାବଣ ।।
ଗର୍ବ ଅହଙ୍କାର ଅଗ୍ନି ରେ ଜଳିଥିବା
ସେଇ ଦୀପ୍ତିମନ୍ତ ଲେଲିହାନ୍ ଶିଖା ମୁଁ,
ମହାଜ୍ଞାନୀ ରାବଣ ।।