ଏ ସାରା ଜଗତେ ଯେତେକ ଜନ
ସବୁଠାରୁ ଶ୍ରେଷ୍ଠ ସେହି ,
ସ୍ନେହ , ପ୍ରେମ ,ଦୟା , କ୍ଷମାର ସାଗର
ରାଧାକୃଷ୍ଣ ଜଣା ଯାଇ ।।
ରାଧାକୃଷ୍ଣ ଦୁହେଁ ପ୍ରେମର ପ୍ରତୀକ
ରହିଛନ୍ତି ଯୁଗେ ଯୁଗେ
ରାଧା ବିନା କୃଷ୍ଣ କୃଷ୍ଣ ବିନା ରାଧା
ସୃଷ୍ଟି ନୁହଇ ସମ୍ଭବ ।।
କେତେ ଭାଗ୍ୟବତୀ ଯେ ସେ ରାଧାରାଣୀ
କୃଷ୍ଣପ୍ରିୟା ପ୍ରଣୟିନୀ ,
ଯେତେ ଥିଲେ ଥାଉ ଜାୟା କୃଷ୍ଣଙ୍କର
ହୃଦୟରେ ରାଧାରାଣୀ ।।
ପ୍ରେମ ଅଟେ ସତ୍ୟ ପ୍ରେମ ଅଟେ ଶାନ୍ତି
ପ୍ରେମ ଅଟେ ଚିରନ୍ତନ ,
ପ୍ରେମ ଅଟେ ଏକ ମିଳନ ଆତ୍ମାର
ନୁହେଁ ଶରୀର ବନ୍ଧନ ।।
ରାଧାକୃଷ୍ଣଙ୍କର ପ୍ରୀତି ଏପରି ଯେ
ଶବ୍ଦ ନାହିଁ କହିବାକୁ ,
ଅତି ଗଭୀର ଯେ ଆତ୍ମାର ମିଳନ
କୋଟି ପ୍ରଣତି ତାହାଙ୍କୁ ।।
ଅଲିଭା ମେହେର
ପଡା , ବିଜେପୁର ,ବରଗଡ
Very nice 👍