ରଫ୍ ଖାତା

*ଫଟୋ ସୌଜନ୍ୟ ଗୁଗୁଲ 
           
      ସବୁଥିରୁ ବେଶୀ ଭଲ୍ ପାଏଁସି ମୁଇଁ ତୋତେ
      ତୁଇ ଥିଲେ କାହାକେ ଡର୍ ନାଇଁନ ମୋତେ।
      ଛୋଟ୍ ବଡ୍ ତେଢା ବଙ୍କା ରକମ୍ ରକମ୍ ଅକ୍ଷର୍
      ଯେନ୍ତା ସେନ୍ତା ହେଲେ ଭିଲ୍ ମୋର୍ ଅତି ନିଜର୍।
     ସାହିତ୍ୟ ଇଂଲିସ୍ ଖାତାନେ ରହେସି ବଡା ଡର୍
     ଆଗାଡେ ପଛାଡେ ଦେଖି କଲେ ଯାଇଁ ସୁତର୍।
      ଗଣିତ୍ ବିଜ୍ଞାନ୍ ନାଁ ଶୁନି ଥର୍ ଥର୍ ହେସି ହାତ୍
      ଗାଲିର୍ ଚୁଟେ କାଁ କହେବ ନାଇଁ ରୁଚେ ଭାତ୍।
       ଛୁଆଦିନୁ ତୋର୍ ସାଙ୍ଗେ ଅଛେ ଭାବ୍ ପୀରତି
       ସୁଖେଁ ଦୁଃଖେଁ ତୁଇଁ ପରେ ମୋର୍ ଅସଲ୍ ସାଥି।
     କାହାର୍ ପାଖେ ଭରସା କରି କହେବ ମନର୍ କଥା
     ସୁଖର୍ ବେଳେ ସଭେଁ ଦୁଃଖେ କେହି ନାଇଁ ଦେଖା।
      ବିନା ସଜାବଜା ତି ଭିଲ୍ ତୁଇ ଦିଶୁ ବଡା ସୁନ୍ଦର୍
       ଭାବର୍ କଥା ଇଟା ନାଇଁ ଲାଗୁ କାହାର୍ ନଜର୍।
 
       
    ତୋତେ ଛାଡ଼ି ଘଡେ ଛନେ ନାଇଁ ରହିପାରେଁ
     ବନ୍ଧୁ ବାଗିର୍ ବନ୍ଧୁ ଆଉ ଇ  ସାରା ସଂସାରେଁ
      
        
     ଦୁସର୍ ଖାତା ନାଇଁ ନେଲେ ଯେଭେଁ ଖାଏଁସି ଗାଳି
     ବଞ୍ଚି ଯାଏଁସି ତୋର୍ ଦେହେ ଗେରେଇ ଦେସିଁ ବୋଲି।
     ଜୀବନ୍ ସାଥି ଇ ଦୁନିଆଁ ନେ ପୁରା ତୋର୍ ବାଗିର୍
     ଛାଇଁ ହୋଇ ଥାଇ ସାଙ୍ଗେ ନାଇଁ କରେ କିଛି ଜାହିର୍।

     
 ଅନୁପମା ବିଶ୍ଵାଳ
 ମୋଦିପଡା,
ସମ୍ବଲପୁର

One thought on “ରଫ୍ ଖାତା

Leave a Reply

Your email address will not be published. Required fields are marked *