କୋତରା କସ୍ତାରେ ୮-୧୦ ଜାଗା ସିଆଁ
ତାକୁଇ ପିନ୍ଧି ସହରର ପଶ୍ଚିମ ପାଖ ନର୍ଦ୍ଦମାଗଳି ଆଡେ ପାଦଗଣି ଚାଲୁଥିଲା ଗାଉଁଲୀ ଭିକାରୁଣୀ
ଭୋକ ଓ ଶୋଷର ଯନ୍ତ୍ରଣାରେ ଜର୍ଜରିତ
ପେଟ ଉପରେ ହାତ ମାରି ମାରି ବୋଧେ
କାନ୍ଦୁରା ପେଟକୁ ଶୁଆଉଥିଲା
ସାନ୍ତ୍ଵନାର ମୁଲାୟମ ଶେଯ ପାରି ::::::::::
ତା ଅସନା ଦେହରୁ ବାହାରୁଥିଲା
ବିକଟାଳ ରହଣିଆ ଗନ୍ଧ
ଝାଳ ସରସର ଦେହରେ ମଶା ମାଛିଙ୍କ
ସ୍ୱତନ୍ତ୍ର ବଜେଟ୍ ଅଧିବେଶନ, ଆଗାମୀ ନିର୍ବାଚନ ପାଇଁ
ମୁଣ୍ଡ ର ବାଳ ଅଲରା ବଲରା
ନଳିତା ପଚା ଝୋଟ କି ଆଉ
ଆଖିରେ ଗର୍ଭଵତୀ ସେ ,,,
ଲୁହର ଗର୍ଭକୁ ନେଇ ଆଖିପତାର ଜରାୟୁରେ
ବାଃ,ୟେ କଣ୍ ସଙ୍ଗେ ସଙ୍ଗେ
ଏକ ସମ୍ଭ୍ରାନ୍ତ ଯୁବକ ବୋଧେ ବୁଝିପାରିଲା
ତା ପେଟରେ କ୍ଷୁଧାର ତାଡ଼ନା
ବୋଧେ ଦେଇପାରିଲା ତା ଶୁଖିଲା ତଣ୍ଟିର କରୁଣ ଦୃଶ୍ୟ ଓ ଶୁଙ୍ଘିପାରିଲା ତା ଦରଦୀ ନିଃଶ୍ବାସ ର ବାସ୍ନା
ନିଧି ବୁଢାର ତେଲକଢେଇରୁ ଗରମ ଛଣା
କିଛି ତେଲଭାଜି ଆଣି ପରସିଦେଲା ତା ଠି
Bisleri ପାଣିବୋତଲରେ ଥୋଇଦେଲା
କିଛି ଥଣ୍ଡା ଅମୃତ
ସବୁ ଖାଇ ଶାନ୍ତ ହେଲା ସେ ପାଗେଳୀ
ଆଉ ପାଖ ଶୌଚାଳୟରେ ତାକୁ ଶୌଚ
କରେଇ ପିନ୍ଧେଇଦେଲା ନୂଆ ଶାଢୀ ଖଣ୍ଡେ
ଲୁଚାଇବାକୁ ଲାଜ
ଓଃ, କି ଅନୁପମ
ଆମ୍ବକଷି ଗାଲକୁ ଏ ସରୁ ଓଠ
ମୁହଁରେ କଇଁଫୁଲର ଆଭା
ଆଗିକା ଭିକାରୁଣୀ ନୁହଁ ତ,
କୌ ଅପସରୀ ଖଣ୍ଡେ ଆସିଛି ଅଳକାପୁରିରୁ
ହେଲେ,ମୁଁ ଏ କ’ଣ ଦେଖୁଛି
ତା ତନୁ ପାତେଳୀ ଅଣ୍ଟାର ଲୋମ ଉପରେ
କାହାର ଗୋଟେ ଲୋଭ ଆଖି
କାହାର ଜିଭରେ ଏ ଜିଅନ୍ତା ମଣିଷର
ନରମ ମାଉଁସ ଚାଖିବାକୁ ଏତେ ଲାଳସା
କାହା କାମାତୁର ଆଖି ଦୃଷ୍ଟିରୁ ,ତା ଦେହ
ଲୁଚୁଛନ୍ତି ପିନ୍ଧା ଲୁଗାର ଉହାଡ ରେ
ଏ ଯେ କାହାର ହାତ, ଧପ୍ କିନା ଜାବୁଡି
ଦେଲା ତା ଅଣ୍ଟା କୁ
ଏ କାହାର ଓଠ,ହସୁଛି ବେଈମାନି ହସ
ଆଉ ତା ପରେ, କେଉଁ ଯୋଡେ ହାତର ଦୋଳିରେ ଦୋଳି ଖେଳି ଯାଉଥିଲା
ଏକ ରୁଦ୍ଧ ଦରଜା ଆଡ଼କୁ, ସେ ପାଗେଳୀ
ହେଲେ କାହିଁକି କେଜାଣି କରୁଥିଲା ଚିତ୍କାର
କିନ୍ତୁ କେହି ଶୁଣୁନଥିଲେ ତା ଡାକ
ସେ ପାଖ ଅନ୍ଧାର କୋଠରୀରୁ ଭାସି ଆସୁଥିଲା
ନାଇଁ ନାଇଁ,ମୋତେ ଛାଡ଼ ଶବଦ
ହେଲେ ମୋ ଭଳି ଲୋକେ ଶୁଣିବି, ଚୁପ୍
ବଡ଼ ଲୋକଙ୍କ ଉତ୍ତର ନାହିଁ ନ୍ୟାୟରେ
ମୁଁ ତ ସାଜିଥିଲି ଭୀଷ୍ମ
ଅସହାୟ ଭଳି ଦେଖୁଥିଲି କଳିଯୁଗ ଯାଜ୍ଞସେନୀର ଲାଞ୍ଛନା
ଲୋମ ଟାଙ୍କୁରୁ ଥିଲା, ବାହୁରେ ମକମକ ହେଉଥିଲା ବଳ
ହେଲେ ହାତରେ ନିରବ ଦ୍ରଷ୍ଟାର ଜଞ୍ଜିରା ପକା ବେଡ଼ି
କାମନାର ସ୍ଵେଦସିକ୍ତ ଜିଭରେ
ବୋଧେ ଚାଟିହୋଇଗଲା ସେ
ତା ଯୌବନ ପ୍ରାୟ ଅଇଁଠା ହୋଇଗଲା
ସେ ନିବୁଜ୍ କୋଠରୀରେ, ଏକ ନରରାକ୍ଷସ ହାତରେ
ତା ଦେହର କିଛି ଅଙ୍ଗ
ବନ୍ଧା ପଡ଼ିଗଲେ ସେ ନୃଶଂସ ପାଖରେ
କିଛି କରିବି କରିପାରିଲେନି,
ତା ଶରୀରର କୋଷ
ସହିଗଲେ ଯୁବକର ଉତ୍ତ୍ୟକ୍ତ କାମନା
ସହିଗଲେ ଧର୍ଷଣର ଶେଷ ଆଲୋଡନ
ବୋଧେ ଖାଦ୍ୟ ଗଣ୍ଡେ ଓ ପାଣି ମୁନ୍ଦେରେ
ବିକ୍ରି ହୋଇଗଲା , ତା ତମାମ ଜୀବନ
ଆଉ ନୂଆ ଲୁଗା ଖଣ୍ଡକରେ ସେ ହରେଇବସିଲା ତା ନିଷ୍କଳଙ୍କ ଚରିତ୍ର //