ଯୌବନର ଚଞ୍ଚଳ ମନ

ଆଜି ଅଛି ମନ ଚଳଚଞ୍ଚଳ
ଏ ମନ ଚାହୁଁଛି ତତେ ପାଇବାକୁ ଭଲ।
ଆଖି ଝଳୁ ନାହିଁ ମନ ବାଳୁ ନାହିଁ
ଚେହେରାକୁ ତୋର ଯେତେ ଦେଖୁଥାଇ।
ଯୌବନରେ ଏହି ମନଟିଏ ମୋର
ତୋ ମନ ମୋ ମନ ମିଶାଇବାକୁ ଇଚ୍ଛା ହୁଏ ମୋର ।
ତତେ ଚାହିଁଦେଲେ ମୁହଁ ଫେରି ଦେଉ
ତତେ ନ ଚାହିଁଲେ ମତେ ଚାହୁଁଥାଉ।
ହେ ଯଉବନ ଚଞ୍ଚଳ ମନ
କାହିଁକି ହେଉଛି ଆଜି ଏତେ ଆନମାନ।
କ୍ଷଣିକେ ନ ଦେଖିଲେ ତତେ ଯେ
ମନ ଖୋଜୁଥାଏ କେତେ ଯେ।
ଯେ କ୍ଷଣ ତତେ ଦେଖିଦେଲେ ମୁହିଁ
ଭାବ ବିହ୍ବଳ ମନ ହୁଏ ତହିଁ।
ଚଞ୍ଚଳ ମନ ଅଟକି ପାରୁନି
ତୋ ମନେ ପ୍ରେମଭାବ ଟିକେ ବି ଜଗୁନି।
ଚଞ୍ଚଳ ମୋର ମନ ଏ ଜାଣେ ଯେ
ଖୋଜୁ ତୁ ମତେ ସବୁ ବେଳ ଯେ।
ଦେଖିଦେଲେ ମତେ ହେଉ ଆନନ୍ଦ
ମନ ହୋଇଯାଏ ତୋର ମକରନ୍ଦ।
ଅବୁଝା ମନଟା ବୁଝୁ ନାହିଁ ଯେ
ଆଖି ଖୋଜେ ତତେ ସବୁବେଳେ ଯେ।
ହେ ଯଉବନ ଚଞ୍ଚଳ ମନ
କାହିଁକି ଦେଉଛୁ ଆଜି ଏତେ ଆନମାନ।
ଅଛି ଆଜି ମନ ଚଳଚଞ୍ଚଳ
ଏ ମନ ଚାହୁଁଛି ତତେ ପାଇବାକୁ ଭଲ।

ଭବାନୀ ବାଗ
ଏମ.ଏ ପ୍ରଥମ ବର୍ଷ ଛାତ୍ରୀ
ଭାଷା ସାହିତ୍ୟ ବିଭାଗ
ସମ୍ବଲପୁର ବିଶ୍ବବିଦ୍ୟାଳୟ

Leave a Reply

Your email address will not be published. Required fields are marked *