ମୋ ବାପାଙ୍କ ସପନ

ମୋ ବାପା ଖୁବ୍ ଗରିବ ତାଙ୍କ ପାଖରେ ମୋ ପାଇଁ କିଣିବା ପାଇଁ କିଛି ପଇସା ନାହିଁ , ହେଲେ ରମେଶ ର ବାପା ଖୁବ୍ ଧନୀ ସେ ତାଙ୍କ ପୁଅ ଲାଗି ସବୁ ଜିନିଷ ରମେଶ ନ କହିଲେ ବି ତାକୁ ଆଣି ଦିଅନ୍ତି । ସତରେ ସେ କେତେ ଭାଗ୍ୟବାନ ଏମିତି କେତେ କଣ କହିଯାଉଥାଏ ରବି । ହେଲେ ତା ବୋଉ କେବଳ ଶୁଣୁ ଥାଆନ୍ତି ହେଲେ କୌଣସି ଉତ୍ତର ଦେଉନଥାନ୍ତି ରବିକୁ । ଅନେକ ସମୟ ପରେ ରବି ବୋଉକୁ କହିଲା ବୋଉ ମୁଁ ଆଉ ଲାପଟପ୍ ନ ହେଲେ କଲେଜ ଯିବିନି ମୋ ସବୁ ସାଙ୍ଗ ମାନଙ୍କ ପାଖରେ ଲାପଟପ୍ ଅଛି ବାଇକ ବି ହେଲେ ମୋ ପାଖରେ କିଛି ନାହିଁ, ବାପାଙ୍କୁ କହିବ ସେ ଯଦି ଏ ବର୍ଷ ବାଇକ କିଣି ନ ଦିଅନ୍ତି ତା ହେଲେ ଆଉ ମୁଁ ପାଠ ପଢିବି ନି କି କଲେଜ ଯିବିନି , ଏତିକି କହି କହି ରବି ଘରୁ ବାହାରି ଗଲା ରାଗରେ ।
ରାତି ୯ ଟାରେ ମୋହନ ବାବୁ ଆସିଲେ ହାତ ଗୋଡ ଧୋଇ ବସିବା କ୍ଷଣି ରବି ବୋଉ ସବୁ କଥା ପୁଅର କହିବସିଲେ ଓ ଏହା ଯେମିତି ହେଲେ ପୁରା କରିବାକୁ ହେବ ବୋଲି ପରାମର୍ଶ ଦେଲେ , ଏ ପଟେ ମୋହନ ବାବୁଙ୍କ ଅଫିସ ରେ ଘଟି ଯାଇଥିବା ଘଟଣା ଆଉ ମୋହନ ବାବୁ କହିବାକୁ ଉଚିତ୍ ଭାବିଲେନି କାରଣ ସେ ଆଗରୁ ନେଇଥିବା ଲୋନ୍ ପଇସା ଠିକ୍ ସମୟରେ ଦେଇପା ରି ନ ଥିବାରୁ ତାଙ୍କର ଦରମା ଏ ମାସ ମିଳିପାରି ନି ,ସେ ବା କଣ କରିବେ ପାଠ ପଢା ପାଇଁ କରଜ,ଘରଭଡ଼ା,ରବିର ଟୁଇସନ ପାଇଁ ଖର୍ଚ୍ଚ ତା ସାଙ୍ଗକୁ ଘରକୁ କୁଣିଆ ମୈତ୍ର ପିଲାଛୁଆଙ୍କ ମନ ପସନ୍ଦ ଜୋତା, ପୋଷାକ, ପନିପରିବା ,ମାସକୁ ତିନି ଚାରିଥର ହୋଟେଲ ଖିଆ ତା ସାଙ୍ଗରେ ପ୍ରତି ସପ୍ତାହରେ ଅନଲାଇନ୍ ସୋପିଂ ରେ ଯାଉଥିବା ଖର୍ଚ୍ଚର ହିସାବ ସେଥିରେ ପୁଣି ମାସିକ ଗୁଜୁରାତି ଦୋକାନର ଲମ୍ବା ତାଲିକା । ନିଜ ପାଇଁ ମୋହନ ବାବୁ ଚିନ୍ତା କରିବାକୁ ବି ସାହସ କରି ବେ ବା କଣ , ସବୁ ଖର୍ଚ୍ଚ ହିସାବ କରି EMI କୁ କାଟିଦେଲେ ଟଙ୍କା ଟିଏ ବି ରୁହେନି ପାଖ ରେ , ଧାର ଉପରେ ପୁଣି ଧାର ,ଝିଅ ରୀମା କଥା ନ କହିଲେ ଆହୁରି ଭଲ ତା ର ମେକ୍ ଅପ୍ ଆଉ ନୂଆ ଯୁଗର ଖାଦ୍ୟ ସଉକ ସାଙ୍ଗରେ ଭଳି ଭଳିକା ଜୋତା ଚପଲ ନ ଗଣିଲେ ଭଲ । କେତେ ଆଶା ବାନ୍ଧିଛନ୍ତି ମୋହନ ବାବୁ ନିଜ ପୁଅ ଝିଅ ଉପରେ ।ପୁଅ ରବି ପାଇଁ ସେ ସ୍କୁଲ କଲେଜ ରେ ପଢେଇଲା ବେଳେ କେତେ ଶୀତ କାକର ରାତିରେ ବାହାରେ ଥଣ୍ଡା ରେ ଜଗି ରହି କେତେ ଯେ ଦେହ ଖରାପ କରିଛନ୍ତି ତାର ତ ହିସାବ ରଖିନାହାନ୍ତି କେବେ , ପଢା ଖର୍ଚ୍ଚ ନ କହିଲେ ଭଲ ,ପୁଣି ଝିଅ ରିମା ଉପରେ ସେ କେତେ ଯେ ଆଶା ରଖିଛନ୍ତି କହିହେବ ନାହିଁ ତାଙ୍କ ସପନ ସପନ ରେ ରହିବ କି ସତ ହେବ ସେ କଥା ସେ ଭାବି ପ।ରନ୍ତିନି,ନିଜ ଜୀବନରେ ସେ ଯାହା ହୋଇ ପାରିଲେନି ସେ ତାଙ୍କ ଝିଅ ଜଣେ ଆଇଏ ଏସ ଅଫିସର ହେଉ ସେ ଭାବିଛନ୍ତି ହେଲେ ଝିଅର ମନ ପାଠ ପଢ଼ାରେ ସ୍ଥିର ରହୁନି ଦିନେ ପଢ଼ିଲେ ଆଉ ପାଞ୍ଚ ଦିନ ମୋବାଇଲ୍ ଚାଟିଂ, ରିଲ୍ ଦେଖା ମସ୍ତି ମଜାରେ କଟେ , ଏମିତି କେତେ କଣ ଭାବୁଥାନ୍ତି ମୋହନ ବାବୁ ଝିଅର ପଢ଼।ପାଇଁ ସବୁ ବ୍ୟବସ୍ଥା କରିଛନ୍ତି ସତ ହେଲେ ସେ କେତେ ତାର ବ୍ୟବହାର କରିବା ସେଇଟା ଆସିବା ଦିନ ହିଁ କହିବ । ତାଙ୍କ ଦେଖିଥିବା ସପନ ସପନ ରେ ରହିବ ନା ସତ ହେବ ଏଇଟା କେବଳ ସେଇ ଭଗବାନ ହିଁ ଜାଣନ୍ତି । ହେଲେ ମଣିଷ କେବଳ ଆଶା ବାନ୍ଧେ ଆଉ ମୋହନ ବାବୁ ବି ସେଇ ଆଶାରେ ସବୁ ଅସୁବିଧାକୁ ଅଣଦେଖା କରନ୍ତି ପିଲାଙ୍କ ସୁନେଲି ସପନ କୁ ସତ କରିବା ପାଇଁନିଜ ଜୀବନ ର ସବୁ ଦୁଃଖ କଷ୍ଟକୁ ଭୁଲି ଆଗେଇ ଚାଲିଛନ୍ତି ,ଦେଖାଯାଉ ତାଙ୍କ ସପନ ସତ ହେବ କି ଏଇମିତି ସାରା ଜୀବନ କେବଳ ସଂଘର୍ଷ ରେ କଟିଯିବ ଓ ସେ ମରୀଚିକା ଭଳି ସପନ ର ପଛେ ପଛେ ଧାଉଁଥି ବେ …..:

ରାଜେଶ କୁମାର ପଟ୍ଟନାୟକ
ଆ କଟା ପାଲି , ସମ୍ବଲପୁର

Leave a Reply

Your email address will not be published. Required fields are marked *