ମୋ ଜୀବନର ଚଲା ପଥରେ…..

ମୋ ଜୀବନର ଚଲା ପଥରେ…..
ମୁଁ ହସିବାକୁ ଭଲ ପାଏଁ
ତାମାନେ ନୁହେଁ ଯେ
ମୁଁ କାନ୍ଦି ଶିଖିନି
ମୋ ପାଇଁ କାନ୍ଦିବା ନୂଆଁ କଥା ନୁହେଁ
ଆଖିର ଲୁହ ତ ପିଇବା
ମୋର ଅଭ୍ୟାସ ହେଲାଣି ।
ଅନେକ ଥର ମୁଁ
ଭୋକରେ, ସ୍ବପ୍ନ ରେ, ଆଶାରେ ଜଳିଛି
କିନ୍ତୁ କେବେ ପାଉଁଶ ହୋଇନି ।
ବାସ୍ତବିକ।
ମୋ ପାଦରେ ହଜାରେ ସମସ୍ୟା ର ଜଞ୍ଜିର୍
ତଥାପି ମୁଁ ଜିଇଁ ଛି
ମୁଁ ସଂଘର୍ଷ କରି ବଞ୍ଚିବାକୁ ଚାହେଁ
ତା ମାନେ ନୁହେଁ
ମୋ ଜୀବନରେ ଦୁଃଖ ନାହିଁ ।
ଅନେକ ଅଭାବ ଅସୁବିଧା ଅସମୟରେ ଆସେ
ତଥାପି ମୁଁ ଭାଂଗି ପଡିନି ।
ବହୁତ ଦୁଃଖ, କଷ୍ଟ, ଯନ୍ତ୍ରଣାର ଲୁହର ବନ୍ୟା ରେ
ଅନେକ ଥର ମୁଁ ଭାସିଛି
ତା ମାନେ ନୁହେଁ ଯେ
ମୁଁ ପହଁରିବା ଭୁଲି ଯାଇଛି ।
ନା !
ଏଇ ତ ମୋ ଜୀବନର ଚଲାପଥ
ସମୟର ସାଥିରେ ତାଲ ଦେଇ
ଚାଲିବା ମୋର କର୍ତ୍ତବ୍ୟ ।

କୈଳାସ ଚାନ୍ଦ
ବଡ଼ ନୂଆଁପାଲି, ଡୁଙ୍ଗୁରିପାଲି
ସୋନପୁର
6371062435

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *