ମୋ ଗାଁ ରେ ଯେବେ ସଞ୍ଜ ଆସେ

ସଞ୍ଜ ନଇଁଲେ,ପକ୍ଷୀ ଯେବେ ନିଜ ନୀଡେ ଫେରଇ,
ଗାଁ ଦାଣ୍ଡେ ଗୋରୁ ପଲ ତେବେ ଗୋଠକୁ ଫେରଇ,
ଗୋରୁ ପଲ ଦେଖି ବତ୍ସା ଡାକେ ଗୋଠେ ହମ୍ବା ରଡି,
ଗାଁ ଚାଳୁ କୁଣ୍ଡଳିତ ଧୂମ ଆକାଶେ ଯାଏ ଯେ ମିଳାଇ।।

  ତୁଳସୀ ଗଛ ମୂଳେ ମାଆ ଦିଏ ସଞ୍ଜ ସଳିତା ଜଳାଇ,
  ଜୁହାର ହୋଇ ଦେବ ଦେବୀଙ୍କୁ ସୁମରଣା ସେ କରଇ,
  ଗାଁ ମନ୍ଦିରେ ଶୁଭେ ଘଣ୍ଟ  ଧ୍ବନି,ପୁରାଣପାଠ  ଶୁଭିଲାଣି,
  ମନ୍ଦିର ବେଢାରେ ଭକ୍ତଜନଙ୍କର ସଂକୀର୍ତ୍ତନ ଗୀତ ଶୁଭୁଛି।।

  ଡିବିରି ଜଳାଇ ମାଆ ଭାବେ ମାଛ ଚୁଲୀ ମୁଣ୍ଡରେ ବସି,
  ପାଖରେ ତା ଗୁଡୁ ଗୁଡୁ ହୁଏ ଆମ ଘର ପୁଷି ମାଉସୀ,
  ଯେତେ ଠେଲ ତାକୁ ଯାଏନି ସେ ପାଖରେ ଥାଏ ଯେ ବସି,
  ମାଛଭଜା ଖଣ୍ଡେ ପାଇଗଲେ,ଖାଉଥାଏ ବଡ ଖୁସି ହୋଇ।।


  କଲ୍ୟାଣୀ ନନ୍ଦ
ବୁଢ଼ାରଜା,ସମ୍ବଲପୁର 





Leave a Reply

Your email address will not be published. Required fields are marked *