ଗାଁ ଟି ମୋର ଅତି ସୁନ୍ଦର
ଶାଗୁଆ କ୍ଷେତ ,ନଈ
ସୌନ୍ଦର୍ଯ୍ୟ ରେ ତା’ ଠାରୁ
ବଳି ଗାଁ ଟି ଆଉ ନାହିଁ।
ସକାଳ ଆସେ ମୋ ଗାଁ ରେ
ସୁନେଲି କର ବୁଣି
କାକ,କୁକ୍କୁଟ ଦିଅନ୍ତି ଡାକ
ଉନ୍ମେଷ ସର୍ବ ପ୍ରାଣୀ।
ପତର ଫାଙ୍କେ ବାଳୁତ
ରବି ମୁହଁ ଦେଖାଇ ଆସେ
ଗୋଲାପ ରାଣୀ ଦେଖାଇ
ଠାଣି ବାସ ଛୁଟାଇ ହସେ।,
ଗୋଧୂଳି ବେଳ ଗାଈଙ୍କ
ମେଳ ସାନ୍ଧ୍ୟ ସୁନ୍ଦର ଦୃଶ୍ୟ
ବିଦାୟୀ ସୂର୍ଯ୍ୟ ବୀଦିର୍ଣ୍ଣ
କରେ ପ୍ରତୀଚି ନଭ ଦେଶ।
ମୋ ଗାଁ ର ଦୋଳ ମେଳଣ
ରଜ ଓ ଦଶହରା
ବାରମାସରେ ତେର ପରବ
ଜଗାଏ ଭାଇଚାରା।
ମୋ ଗାଁ ର କୃଷକ ଭାଇ
ସନ୍ୟାସୀ କର୍ମଯୋଗୀ
ନିରଳସରେ ମାଟି ମଣିଷ
ମାଟିରେ ଥାଏ ଲାଗି।
ମୋ ଗାଁ ର ସାହିତ୍ୟ ସଭା
କବିତା ହୁଏ ପାଠ
ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ
ଭୂମିକା ଏକନିଷ୍ଠ।
ଗାଁ ଟି ମୋର ଅତି ନିଜର
ଜନମ ମାଟି ସେହି
ଚିର ଦିନ ମୁଁ ରହିବି ରତ
ତାହାରି ସେବା ପାଇଁ।
ମୋ ଗାଁ
