ମୋ ଅବର୍ତମାନ ରେ


ମୋର୍ ଥିବା ବା ନଥିବା
ସେମିତି କିଛି ମାନେ ରଖେନି
ସମୟ ର ତାଳେ ତାଳେ ସବୁ ହଜି ଯାଏ
କିଛି ପବନ ରେ ମିଳେଇ ଯାଏ
କିଛି ସ୍ମୃତି ହୋଇ ରହିଯାଏ

କାହାରି ଲୁହ ହୋଇ ବୋହିବାର ନାହିଁ
କାହାରି ସ୍ଵପ୍ନ ରେ ଭାଗ ବସେଇବାର ନାହଁ
ହଁ ଝୂରିଲେ ଝୂରିବ ସେ
ମୋ ବଗିଚା କୁ ଆସୁଥିବା ମହୁମାଛି
ସେ ରଙ୍ଗ ବେରଙ୍ଗର ପ୍ରଜାପତି

ମୁହଁ ଶୁଖେଇଲେ ସୁଖେଇବ ସେ
ହୀନା,ଯୁଇ ସେବତୀ
ମନ ମାରି ବସିବ କିଛି ଦିନ
ମୋର୍ ପ୍ରୀୟ ଏଡେନିୟମ,ଆଗଲୋନିମା
ଝୂରୀ ଝୁରୀ ସୁଖି ଯିବ
ସେ ଚହକୁ ଥିବା କୋଲିଅସ

ସେ କାଗଜ ଫୁଲ ଆଉ ସେ
ଜେଡ୍ ଗଛ ଖୁବ୍ ନିର୍‌ମୋହି ସେମାନେ
କିଏ ଥିଲେ କେତେ କିଏ ଗଲେ କେତେ
ବାହୁନି ଲେ ବାହୁନିବ ସେ ମଧୁ ମାଳତୀ
ଆଉ ରଜନୀ ଗନ୍ଧା
ଖୁବ୍ ଭଲ ପାଏ ସେମାନଙ୍କୁ।

ସେ ଅପରାଜିତା ଓ କୃଷ୍ଣ କମଲ ର ଲତା
ବେପରୁଆ ଭାରି, ମାଡି ଚାଲେ
ତାର ଇଛା ରେ ଯେଉଁଆଡେ ପାରେ ସିଆଡେ
ତାର ଆସକ୍ତି ନାଇଁ କି …
ସେ ମାଡି ଚାଲେ ମିଷି ଯାଏ
କେବେ ମାଟି କେବେ ଆକାଶରେ

ପ୍ରୀତିନନ୍ଦା
ସମ୍ବଲପୁର

Leave a Reply

Your email address will not be published. Required fields are marked *