ମୋର ଗାଁ କେ ଆଏଜ୍ ଦିଆଳି ଆଇଛେ

ମୋର ଗାଁ ଆଏଜ୍ ଦିଆଳି ମାନୁଛେ
ମାଟିର ଦୀପ୍ ଛାଡି ଲିଚୁ ନେଇଛେ
ମୋର ଗାଁ ଆଏଜ୍ ଚମକି ଯାଉଛେ
ମୋର ଗାଁ କେ ଆଏଜ୍ ଦିଆଳି ଆଇଛେ l

ନାଇଁ ଆନି ଆଏଜ୍ ମହମ ବତୀ
ଡିବିରୀ ଆଉ ମାଟିର ବତୀ
ମୋବାଇଲ ରେ ଫ୍ଲାସ ଲାଇଟ ଜଳୁଛେ
ମୋର ଗାଁ କେ ଆଏଜ୍ ଦିଆଳି ଆଇଛେ l

ତାଳ ଫୁଟୁକା ମିରିଚା ଫୁଟୁକା
ଚାରି ଆଡେ ଫୁଟୁଛେ କେତେ
ମୋର ଗାଁ ଆଏଜ୍ ଚମକି ଯାଉଛେ
ମୋର ଗାଁ କେ ଆଏଜ୍ ଦିଆଳି ଆଇଛେ l

ଘର ର ଲୋକ ଦୂରେ ଥିଲେ ବି
କେହି ନାଇଁ ହୁଅନ୍ ଦୁଃଖ୍ ମନା
ୱାର୍ଡସାପ୍ ରେ ଉଇସ୍ କରି ଦେଇଛେ
ମୋର ଗାଁ କେ ଆଏଜ୍ ଦିଆଳି ଆଇଛେ l

ରଙ୍ଗ ରଙ୍ଗିଆ ଲିଚୁବତୀ ଦେଇଛେ ଜାଳି
ଉଆଁସ ରାଏତ୍ କେ ଖେଦି ଦେଇଛେ
ଦେଖ୍ ମୋର ଗାଁ ହସୁଛେ
ମୋର ଗାଁ କେ ଆଏଜ୍ ଦିଆଳି ଆଇଛେ l

ପ୍ରଦୀପ ସୁନାନୀ
କିଲାସମା, ସମ୍ବଲପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *