ସରସରା କୁଟଲା ଆକାଶ୍ ଫାଟି
ସରସରା ଗଲିଁ ଭିଜି,
ସରଡା ପଖନେଁ ସରଡି ପଡଲିଁ
ଚାଲୁଥିଲି ମୁଡ୍ ଗାଜି ।
ଉହଲି ପଡଲିଁ ଉହୁଲେନ୍ ପାନି
ଉହୁଲି ଧରଲିଁ ଘାଟ୍,
ଉହୁଲି ଉହୁଲି ଯାଉଥିଲା ଗଛ୍
ଝାର୍ କରେ କଟକାଟ୍।
ରୁଥଲି ରୁଥାନ୍ ଏକ୍ ଧରସିଆ
ଆରିର୍ ଧରସା ମାଡ଼ିଁ,
କପଟା ବଦଲାଲି କପଟା ବଦଲେଇ
ଯାଇଥିଲା ପରେ ଫାଡିଁ ।
ନିଆଁ ଧରାଲିଁ ନିଆଁଥି ସେକିହେଇ
ନିଆଁ ଭେଦଲା ଜାଙ୍ଗଲେଁ,
ତପଲା ଚାହାଟିକେ ତପେଇ ପିଲି
ବସି ପିଢାଁର୍ ଉପୁରେଁ।
ଛାଡଲା ପାଏଁନ୍ ବୁହିଲି ପାଏଁନ୍
ପାଏଁନ୍ ଘିଚି ଚୁଆଁନୁ,
ପାଏଁନ୍ ତପେଇ ପାଏଁନ୍ ଥି ବୁଥଲିଁ
କୁକୁଡ଼ା ମାରି ଖୁଁଟାନୁ।
କଲି ମୁଇଁ ପାଗ୍ ବଦିଲିଲା ପାଗ୍
ମସମସାକରି ପାଗ୍,
ବନେଇ ତପଲା ଖାଏଲିଁ ତପଲା
ହେଇଥିଲା ଟିକେ ରାଗ୍।
ସୁଇଲିଁ ସୁଆନ୍ ଫୁକିରି ଫୁକିରି
ସୁଇଲିଁ ସକାଳ୍ ପୁହା,
ସକାଳୁଁ ସକାଳୁଁ ସକଲିଁ ଚେଲଲି
ମୋର୍ ବୁତା କାଠ୍ ବୁହା….