ମୋର୍ ଗାଁର କଥାନୀ ଶୁନ୍, ବାବୁ ରଖି କରି କାନ ଡେରି,
ଗାଁ ମୋର ସରଗ ନୁ ଭି ସୁନ୍ଦର, କହେସି ଛାତି ଫୁଲେଇ କରି।
ଚଏତୁ ମୁଡକୁ ଝଗଡା ହେଲେ କର୍ସନ୍ ଦୁହିଙ୍କର ଅପମାନ,
ଆର ସକାଳେ ଦେଖିବୁ, ଦୁହେ ସାଙ୍ଗେ ଯାଉଥିବେ କାମ।
ପରବ୍ ସବୁ କେ ପାଳସୁ ଆମେ ଗୁଟେ ଜାଗା ନେ ବସିକରି
ପିଠାପନା ସାଙ୍ଗେ କେତେ ଜେ ମିଠା ନୂଆ ଚାଉଳର ଖିରୀ।
ସକାଳ ପାହୁ ପାହୁ କୁକୁରା ସାଙ୍ଗେ କେତେ ଚରେଇ ର୍ ରାବ,
ଦୂର୍ ସହରରୁ ଆସୁଛେ ଜନେ, ସେ ଜେ କେତେ ରାଗ୍।
ସକାଲୁ, ସକାଲୁ ଗଛ ତଳେ ବସି, ଲୁକେ ଖେଳୁଥିବେ ତାସ୍,
କିଏ କହୁଥିବା ଅଠର ଆନିଶ୍, କେ କହୁଥିବା ପାସ୍।
ଆସିଗଲେ ବରସା ମାସ୍, ଲୋକ୍ ସକାଲୁ ଚାଲିଲେ ହଳ ଧରି,
ଟିମା, ମନ୍ତୁ ସଙ୍ଗେ ଆଉ ଦୁଇଜନ୍ ଚାଲଲେ ରେ ଝୁରି ମାରି।
ଦୁଖେ ସୁଖେ ଚାଲିଛେ ସବୁ, ଯାହା ହେବା ଦେଖା ଯିବା,
ଦୁହେ ଦୁହିଁଙ୍କର ସାଙ୍ଗେ ଠିଆ, ହୋଇ କରୁଛନ୍ ଗାଁର୍ ସେବା।