ମୋର୍ ଗାଁ

ପରଛିନ ପଡି ଥିବାର୍
ଭଙ୍ଗା ଆରା ,ପୁଟି,ଶିଲି ,ଉଧି
ଚିତ୍ରଉଛେ ଶଗଡର୍ ଇତିହାସ,
ଢେଙ୍କିଶାଲର୍ କୁଟନି ପଥର୍ ନୁ
ଗାଁ ମୁଡ୍’ସାର୍ ଚାଉଲ୍ କଲ୍ ତକ୍
ସଵୁନ ଝଲସୁସେ ମୋର୍ ଗାଁ ।।

ଖୁଲିର୍ ଧୂଲି ,ଛୁଆବେଲର୍ କଟ୍’ଲା ସମିଆ ହେଇଛେ ଗୁଲି,
କୁଣ୍ଢି କାଁଚିର୍ ପୁରା ଉଆଁସ୍,
ଜହ୍ନିଉଷାର୍ ପୁନିର୍ ଜନ୍
ବିତ୍’ଲା ସୁରତା ନାଇଁ ହୁଏ ଭୁଲି,
ଇତାର୍ ସଙ୍ଗେ ଜୁଡିଛେ ମୋର୍ ନାଁ।।
ପୁର୍’ନି ପତର୍, ପଦମ୍ ଫୁଲ୍
ଗରିଆ ଗରିଆ ପୁସ୍’କର ତୁଲ୍,
ପାଏନ୍ ପହରା ଇମୁଡୁ ସେମୁଡୁ
ବନ୍ଧ୍ ଆରି ଗାଲି ଦେଉଥିବା ମାଁ।।

କୁଇଲି ସଙ୍ଗେ କୁହୁ କୁହୁ
କୁଇଲି ଟିକାନ ଦର୍ପନ୍ ମୁହୁଁ,
କଷି ଆମ୍ ଶୀର୍’ଅଏଁଲା
ନୁନ୍ ମିରଚା ବତର୍ କଲା
ଉଖରେଇ ଦେସି ବିତା ଦିନର୍ ଘା।।

ଆମ୍ ବୁରେଇ ହେଲାନ ପଦା
ମହୁଲ୍ ବୁରେଇ ଟିକ୍’ରା ଭଟା
ଠୁରୋ ,ବଏଁରୀ ,ଟାଲର୍ ଝୁରୀ
ବେସର୍’ବଟା ହେଉଥା ଝୁରି,
ଆଗର୍ ତିଉନ୍ ପାଏବୁ କାଁ ଭାଁ।
ଫେରଭି ପାଏନ୍ ପବନ୍
ମହକୁଛେ ଗାଁ ଗାଁ।।

ମୋହିନୀ ହୋତା
।।ସମ୍ବଲପୁର।।

Leave a Reply

Your email address will not be published. Required fields are marked *