ଗାଁ ଟା ମୋର୍ କେଡେ ସୁନ୍ଦର୍
ନୁହେଁ ସେ ବଡ୍ ଟେ ଗାଁ
ହୁମା ଧମା ପାଖେ ଆଏ ସେଟା
ଡକରା ତାର୍ ନାଁ
ଝାର୍ ଜଙ୍ଗଲ୍ ଗଛ୍ ପତର୍
ଘେରି ରହିଛେ ତାହାକେ
କେଥିନି କେତେ ନୁରା ଲାଗ୍ସି ମତେ
ମୋର୍ ସେ ଗାଁ କେ
ଆମ୍ କେନ୍ଦୁ ଡୁମେର୍ ଚାର୍
ମିଲ୍ସି ଯାହାକେ ଯେତେ
ଜଙ୍ଗଲିଆ ବଲି କେତେ ଗରବ୍
କର୍ସଁ ମୁଇଁ ସତେ
କେଥିନି ନିର୍ମାୟା ଆନ୍ ଆମର୍
ଗାଉଁଲିଆ ଲୋକ୍ ମାନେ
ଇ ସହରିଆ ଲୁକେ ସରି ନାଇଁ ହୁଅନ୍
କେଭେ ତାଁକର୍ ଠାନେ
କାହାର୍ ଛିଡ୍ଲା କାହାର୍ ପୁଡ୍ଲା
ସେମାନେ ନାଇଁ କରନ୍
କବାର୍ ବୁତା କରି ବାବୁରେ
ଦିନ୍ କାଟି ଦେସନ୍
ଡକରା ଗାଁର୍ ମଝିନ ଅଛେ
ପଞ୍ଚାୟତ୍ ଅଫିସ୍ ଗୁଟେ
ସେନର୍ ସର୍ପଁଚ୍ ବାବୁ ଆମର୍
ବଢେ ଶିକ୍ଷିତ୍ ପିଲାଟେ
ଗରିବ୍ ଦୁଃଖୀ ସମ୍କିରିର୍ କଥା
ଧ୍ୟାନ୍ ଦେଇକରି ସୁନ୍ ସନ୍
ଦଶ୍ ଖଣ୍ଡ୍ ପାଲି ଲୋକ୍ ମାନ୍କର୍
କେଥିନି ସୁବିଧା କର୍ସନ୍
ଆମର୍ ଗାଁନ ଅଛେ ଗୁଟେ
ସୁନ୍ଦର୍ ହନ୍ମାନ୍ ମନ୍ଦିର୍
ତାର୍ ପାଖେ ଲାଗିକରି ଅଛେ
ଗୁଟେ ଭାଗ୍ବତ୍ ଟୁଙ୍ଗୀ
ବେଲ୍ ବୁଡାନ ସବୁ ଲୁକେ
ଗୁଟେଠାନେ ଜମା ହେସନ୍
ବୁଢାନୁ ଜୁଆନ୍ ତକ୍ ମିଶିକରି
ଭାଗ୍ବତ୍ ଚର୍ଚ୍ଚା କର୍ସନ୍
କୀର୍ତ୍ତନ୍ ଆଉର୍ କୁଷ୍ଠଂଗୁରୁ ଭିଲ୍
ହେସି ଆମର୍ ଗାଁ ନ
ଟୁକେଲ୍ ମାଏଝି ମିଶି କରି
ସଭେ ସେଟା କର୍ସନ୍
ଛୁଆମାନ୍କର୍ ପଢ୍ଭାର୍ ଲାଗି
ଇସ୍କୁଲ୍ ଗୁଟେ ଅଛେ
ଏକ୍ କିଲାସ୍ ନୁ ଦଶ୍ କିଲାସ୍ ତକ୍
ଛୁଏ ବାହାର୍କେ ନାଇଁଯାନ୍ ମୁଟେ
ସବୁ ତିହାର୍ ବାହାର୍ ମିଶିକରି
ଗୁଟେ ଠାନେ ଆମେ ମନାସୁଁ
କାହାରିର୍ ଠାନେ ହିଂସା ଅହଂକାର୍
ଆମେ ନାଇଁ ରଖୁଁ
ଛୋଟ୍ ହେଲେ ଭିଲ୍ ଆମର୍ ଗାଁଟା
ବଢେ ଶିକ୍ଷିତ୍ ଗାଁଟେ
ଡାକ୍ତର୍, ମାଷ୍ଟର୍,ଇଂଜିନିୟର୍ ଅଫିସର୍
ଅଛନ୍ କେଥିନି କେତେ
ବଢେ ପର୍ତକ୍ଷ ଦେବୀ ଆମର୍
ପଁଥେଇ ବହଲ୍ମୁଡିଏନ୍ ମାଁ
ଝାରୀ ଦେବୀ ଭିଲ୍ ପୂଜା ପାଏସନ୍
ଅଛେ ତାକର୍ କେଥିନିକେତେ ନାଁ
ତିନ୍ହି ଦେବୀ ଗୁଟେଠାନେ
ପୂଜା ପାଉଥିସନ୍
ସୁଖେ ଦୁଃଖେ ସବୁବେଲେ
ଆମ୍କୁ ସାହା ହେସନ୍
ମୋର୍ ଗାଁ
