ମୁବାଇଲ୍ ବାଇ

ସଖାଲ୍ ହେଲେ ଖୁଜ୍ ସି ତାକେ
ଛୁଆ ମାଏଝି କୁ କେ ପଚ୍ ରେ,
ନାଇଁ ଦେଖି ଲେ ମୁହୁଁ ଟା ତାର୍
ଦିନ୍ ତ ନାଇଁ ସରେ ।।
କଥା କହେଲେ ଶୁଭେ ନାଇଁ
ଦେଖୁଥିଲେ ଭିଲ୍ ଦିଶେ ନାଇଁ,
ମନ୍ କେ ମନ୍ ହଁସୁ ଥିସି
ପାଖେ କହେଲେ ପାଖେ ବୁଝ୍ ସି ।।
ମୁବାଇଲ୍ ବାଇ କଲା ସମ୍ କୁ
ମାଇ ଛୁଆ ଆର୍ ଧନ୍ଗରା ଧାନ୍ଗରି ,
ଫେସ୍ ବୁକ୍ ଥି ସାଙ୍ଗ୍ ହେସନ୍
ଶାଶ୍ ଵହ ସଭେ ହେସନ୍ ବାଉରୀ ।।
ଖାନା ପିନା ପାସ୍ ରି ଦେଲେନ
ମୁବାଇଲ୍ ଟିକକ୍ ର ଲାଗି,
ଚାର୍ ଆଁଖିଆ ହେଲେନ ଲୁକେ
ମନା କଲେ ସଭେ ଯାଏସନ୍ ରାଗି ।।
ଭାଏ ଭାଏଵହ ଶଶୁର୍ ବହ
ସଭେ ଦେସନ୍ ଇନ ଲାଇକ୍
ମୁବାଇଲ୍ କଲା ବାଇରେ ଭାଇ
ପିଲା ଲେଖ୍ ସି ୱାଇଫ୍ ଇଜ୍ ମାଇଁ ଲାଇଫ୍ ।।

ରାଜେଶ କୁମାର ପଟ୍ଟନାୟକ
ଆ. କଟାପାଲି,ସମ୍ବଲପୁର
ଫୋନ୍ ନମ୍ୱର୍ 9937722369

2 thoughts on “ମୁବାଇଲ୍ ବାଇ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *