କବି ଖଗେନ୍ଦ୍ର ଦାସ୍, ଭୁବନେଶର୍ ଅନୁରୋଧ୍ ରକ୍ଷା କରି ସମଲପୁରି ଅନୁବାଦ୍,ତାଙ୍କର୍ କବିତା “ମୁଁ”
ମୁଇଁ ଯେନ୍ତା ଆଏଁ କି ଅଛେଁ
ଭାବି ନେସିଁ ସଭେ ଯାକିର୍ ହେନ୍ତା ବଲି
ହେଥୁର୍ ଲାଗି ତ ଖାଇଗଲି ଧୋଖା
ଥରେ ନୁହେ କି ଦୁଇ ଥର୍ ନୁହେ
କେତିନି କେତେ ଥର୍,ଥର୍ କେ ଥର୍ କରି
ବାଧି ଯାଏସି ଜିବନ୍
ଛାତି ଭିତର୍ ଚିଆସି ପରେ
ନିଜେ ନିଜ୍ କେ ଧିକାର୍ କର୍ସିଁ
କହେସିଁ”ନାଇଁ ନାଇଁ ଆରୁ ନାଇଁ”
ମପା ଜୁଖା କରି ଦିନାଦୁ ବାଁଚି ଯିସିଁ ସିନେ
ମିସିନ୍ ମୁନୁଷ୍ ବାଗିର୍ ମାତର୍ କ
ପସ୍ତେଇ ହେସିଁ ପଛେକା ପରେ
ହେ ମାନ୍ କୁ ରିଷିମି ହେଲି ଛୁଛେ ଛୁଛେ ବଲି
ବନିହାନ୍ ଲାଗୁ ଥିସି ଦୁଖ୍
ଅନ୍ ମୁନ୍ଷିଆ ହେଇ ଏନ୍ତା
ହେ ମାନ୍କୁ କୁକୁର୍ ମାକର୍ ଲେଖେନ୍ ବେଭାର୍
ନାଇଁ ଲାଗୁ ଥିଲା ବନେ
ମନ୍ ଦୁଖ୍ ହେସି ନାଇଁ ନାଇଁ ନାଇଁ
ହେନ୍ତା ବେଭାର୍ ନାଇଁ ହେଲା ବନେ
ମୁଇଁ ଯେନ୍ଟା ଆଏଁ ହେଟା ନୁହେ ସେ ମୁଇଁ
ମୋର୍ ଅଜାନ୍ତେକେ ଫେର୍ ଥରେ
ମୁଇଁ ଫେର୍ ହେଇ ଯାଏସିଁ ମୁଇଁ
ସମିଆ ର୍ ସୁରେ ଯାଏସିଁ ବଦିଲି
ହେ ତାର୍ ଉତୁରୁ ଦେଖ୍ଲି ଦିନେ କା
ଠକ୍ ଭଁଡ୍ ଥି ମୁଇଁ ବଢେ ବୁଧିଆଲ୍
ଫେର୍ କିଏ ଆଏ ତ ସେ ଠକୁରୁ
ଏଛେନ୍ ଠିକ୍ କରିଛେଁ ଭାବି ଭାବି
ଯିଏ ମତେ ଠକିଛେ ନାଇଁ ଠକେଁ ତାହାକେ
ଯିଏ ମତେ ଠକୁଛେ ଠକୁ ନ
ନାଇଁ ଠକେଁ ଆରୁ କାହାକେ
ଜାନ୍ ଚତରା ଲେଖେନ୍ ବାଁଚି ଥିମି
ଯେତେ ଚିଆଲେ ଘଲେ ଚିଅଉ ଥାଉ
ମୁଇଁ ହେଇ ମୁଇଁ ବଁଚି ଥିମି ପରେ