ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି

                                                                      ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି, ମୁ ସେ ପୂଣ୍ୟ ଭୂମି ରୁ ଆସିଛି
ଯାହା ଦେହରେ ଗଙ୍ଗା ବହୁଛି ଯାର ହାତରେ ତ୍ରିରଙ୍ଗା ଉଡୁଛି
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି॥ 
ଗାନ୍ଧୀ ଜବାହାର ସୁବାସ ଭଗତ ବୀର ଙ୍କ 
ଗାଥା ଯେ ଗାଉଛି 
ଦେଶ ପ୍ରେମେ ଯହିଁ ସ୍ଵାଧିନତା ସେନା ଜୀବନ କୁ 
ବଳି ଦେଇଛି
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି॥ 
ବୀର ରମଣୀଙ୍କ କାହାଣୀ ଯେଉଁଠି ଇତିହାସ ହୋଇ ରହିଛି
ବିଶ୍ଵ ପ୍ରାଙ୍ଗଣେ ପୂଣ୍ୟ ତୀର୍ଥ ବୋଲି ଯାର ନାମ ହୁରି ପଡୁଛି 
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି॥ 
ହିନ୍ଦୁ ମୁସ୍ଲିମ ଶିଖ ଇସାଇ ଭାଇ ଚାରା ଯହିଁ ରହିଛି
ବନ୍ଦେ ମାତରଂ ତାଳେ ଆଜି ଯେଉଁ ଦେଶ ଝୁମୀ ଝୁମୀ ଯାଉଛି
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି॥ 
ଯେ ଦେଶ ସନ୍ତାନ ବିଦେଶୀଙ୍କୁ ଭାଇ ଭଉଣୀ ସମ୍ମାନ ଦେଉଛି, 
ବସୁଧା ଏକ କୁଟୁମ୍ବ ମନ୍ତ୍ର ଯହିଁ କାନେ କାନେ ବାଜୁଛି 
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି॥ 
ବିଶ୍ଵ ହିତାୟ ଚେତନା ବୀର ସୈନିକ ମୁଣ୍ଡେ ଘାରୁଛି 
ଅନ୍ୟ ପାଇଁ ନିଜ ଜୀବନ କୁ ବଳି ଯାହାର ସନ୍ତାନ ଦେଉଛି
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି॥ 
ବନ୍ଧୁ ପାଇଁ ଯହିଁ ସ୍ଵାଗତ ସଂଗୀତ ଶତ୍ରୁ ପାଇଁ ଅସ୍ତ୍ର ରହିଛି
ଦେଶ ସୁରକ୍ଷା ରେ ସୈନିକ ଭାଇ ପତ୍ନୀ ସନ୍ତାନ ଙ୍କୁ ଭୁଲି ଯାଇଛି
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି॥ 
ମହାନ ଦେଶ ମୋ ପ୍ରିୟ ଭାରତର ପଦରେ ପ୍ରଣାମ କରୁଛି
ଧନ୍ୟଆଜି ମୁହିଁ ଜନମି ତା କୋଳେ  ତା ଶୁଭ କାମନା କରୁଛି
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି ॥ 

ସୌଭାଗ୍ୟ  ରଞ୍ଜନ ମହାପାତ୍ର                                    ଓଡ଼ିଆ ଅଧ୍ୟାପକ
ଏମ୍ସ ମହାବିଦ୍ୟାଳୟ ସମ୍ବଲପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *