ମୁଁ’ କେଉଁଠି କେମିତି ?

ମୁଁ !
ଏକ ସର୍ବନାମ
ସସାଗରା ଧରିତ୍ରୀର ।
ପ୍ରତିନିଧି,
ଏ ସମାଜର ।
ତୂର୍ଯ୍ୟନାଦ
ଏକ ଚେତନାର ।
ଆବିଷ୍କାରକ
ବିଶ୍ଵବୋଧର ।
ତିତିକ୍ଷା
ସଦାଚାରର ।
ଅସୂୟା
ପ୍ରବଣତାର ।
ଅସ୍ମିତା
ନିଜ ସତ୍ତାର ।
ଅନୁଭବ
ଘଟଣା କ୍ରମର ।
ପ୍ରତିଜ୍ଞା
କାର୍ଯ୍ୟ କାରଣର
ସାମର୍ଥ୍ୟ
ମୋ କର୍ତ୍ତାପଣର।
ଅନିର୍ବଚନୀୟ ପିଣ୍ଡର
ପ୍ରତୀକ
ଏକ ଶକ୍ତିର
ଚିତ୍ରକଳ୍ପ
ଏକ ଚିତ୍ରିତ ବିଶ୍ଵର ।
କବିଟିଏ
ଜନଜୀବନର।
ଚିତ୍ରକର
ଆଗାମୀ କାଲିର।
ମୁ ମୋର ପରିଚୟ
ଏକ ସୀମିତ ଦୃଷ୍ଟିର ।

ଡଃ ସ୍ଵର୍ଣ୍ଣମୟୀ ଜେନା ଖୁଣ୍ଟିଆ
ବରେଇପାଲି
ସମ୍ବଲପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *