ମୁଁ ଓ ତୁମେ

ମୋ ଜୀବନ ନାଟକେ

ମୁଁ ଅଭିନେତା , ମୁଁ ଦର୍ଶକ 

ନିର୍ଦ୍ଦେଶକ ଅଟେ ମୁହିଁ 

ଚିତ୍ରପଟ ବଦଳେ

ଚରିତ୍ର ବଦଳେ ବାରମ୍ବାର 

କିନ୍ତୁ ମୁଁ ବଦଳି ପାରେନାହିଁ 

କେବେ ଲୁହ ସର ସର

କେବେ ହସର ବେପାର 

କେବେ ଦେଉଛି ମଣିଷତ୍ବର ଦ୍ୱାହି 

ସର୍ବଦା ଯାଗ୍ରତ ରହିଛି 

ନୀରବେ କଥା କହୁଛି 

ହେଲେ ଜଗତ ବୁଝି ପାରେନାହିଁ

ଧାଉଁ ଥାଏ ଲମ୍ବା ପଟୁଆରରେ

ଚାଲୁଥାଏ ତୀକ୍ଷ୍ଣ ଧାରରେ 

ଶରୀର ରକ୍ତ ଜୁଡୁ ବୁଡୁ ଏଇଥି ପାଇଁ 

ପ୍ରହେଳିକା ଏଠି ସମସ୍ତ କାହାଣୀ 

ମଣିଷର ଆଦି ଅନ୍ତଃ କିଛି ମିଳେ ନାହିଁ 

ଶୁଭେ ନାହିଁ ଏଠି କାହାକୁ ଭୋକର ବିଳାପ

ଅଣଦେଖା ହୁଏ ଏଠି ସତ୍ଯର ପ୍ରଳାପ

ବିନାଶ ପଥେ ଧାଇଁ ମଣିଷ ଖୋଜୁଛି ଈଶ୍ବରଙ୍କୁ

ହେଲେ କେଉଁଠି ବି ତାର ଚିହ୍ନ ବର୍ଣ୍ଣ ନାହିଁ 

ତୁମେ କହୁଥିଲ, ସବୁ ହୃଦୟରେ ମୁଁ 

ସମସ୍ତ ସର୍ଜନରେ ମୁଁ 

ରଙ୍ଗ ମଖା ଶରୀରକୁ ବାରମ୍ବାର ଧୋଇଛି 

ଏଠି କେବଳ ମୁଁ ମାନଙ୍କୁ ହିଁ ପାଇଛି, 

ହେଲେ ତୁମ ଦର୍ଶନ ମିଳିନାହିଁ ।।

ତଫିଜୁଲ ହୋସେନ

ଚିପିଲିମା, ସମ୍ବଲପୁର 

Leave a Reply

Your email address will not be published. Required fields are marked *