‘ମା’

ଶରତ୍ ର ଆକାଶ୍ ତଲୁଁ
ମେଘର୍ ଉହାଡେଁ
ତୋର୍ ମୁହୁଁଟା
ଝକ୍ ଝକ୍ କରୁଛେ।

ଲହରି ଲହରି
କାଏଁଶ୍ ଫୁଲ୍
ତୋର୍ ସ୍ତୁତି
ଗାଉଛେ ।

ଶାଗୁଆ ସୁନ୍ଦର
ପାଟ୍ ବସନୀ
ତୋର୍ ରୂପ୍
ଉଭାଗର୍ କରୁଛେ।

ପହପହନୁଁ ଉଦଲା
ବେଲ୍ ସଥେଁ
କପାଲେଁ ତୋର୍
ଠାନ୍ ପାଇଛେ।

ବାମହନ୍ ଟୁଣର୍
ସ୍ତୁତି ମଂତର୍
ହୁମ୍ କୁଡଁର୍
ତେଜ୍ ଲା ଜୁଏ।

ମହମହ ଦହନା
ଧୂପ୍ ଦୀପ୍ ଅଠିପହର୍
ମା ଗୋ ତୋର୍
ମହିମାଁ ଗାଉଛେ।

ଅସୁର୍ ନାସ୍ କାଜେଁ
ଆଇଛୁ ସଥେଁ।
ଦିନ୍ ନଅଁଟା
ତୋର୍ ରହନି।

ଅନିଏ କଲେଁ
ମର୍ ବା ଅସୁର୍।
କହି ଯାଏସୁ
ଇ କାହାନୀ।

ଫିରି ନାଇଁ ଯିବୁ
ଏସୁର୍ ଆଉ।
ଅନିଏ ଅତିଆଚାର୍
ସାଧୁଛେ ଦାଉ।

ପନତ୍ କେ ତୋର୍
ଦେ ପେସ୍ ରେଇ।
ଠାନ୍ ଟିକେ
ଦେ ଇଠାନେ।

ଅବଲା ନୁହେ
ଦୁର୍ ବଲା ମା ଗୋ
ଇ ମଂତର୍ ଟା
ଶିଖେଇ ଦେ।

ତାକତ୍ ଭରି ଦେ
ନାରୀର୍ ହାତେଁ।
ଧରୁ ଦଶଭୂଜା
ଭେଶ୍।

ପି ଯାଉ ସେ
ପାପୀର୍ ରକତ୍
ଅନିଏ ଅତିଆଚାର୍
ହେଇଯାଉ ଶେଷ୍।

ଭାରତୀ ପପଣ୍ଡା

ବୁର୍ଲା,ସମ୍ବଲପୁର

Leave a Reply

Your email address will not be published. Required fields are marked *