ମା

ହେତୁ ହେଲାଦିନୁ

ଗୋଟିଏ ଶବ୍ଦର ପ୍ରତିଶବ୍ଦ

ଏଯାଏଁ ଖୋଜି ଚାଲିଛି…

ଶବ୍ଦଟି ହେଉଛି “ମା”

କିନ୍ତୁ….ପ୍ରଦିଶବ୍ଦ

ତମାମ୍ ଅଭିଧାନ

ଖୋଜିଲା ପରେ’ବି

ମୁଁ ଜମାରୁ ପାଉନି ତା ଛୁଆଁ….

ସିଏ ଜନ୍ମଧାତ୍ରୀ

ସେବାକାରୀ ଧାତ୍ରୀ ପାଳନକର୍ତ୍ତୀ

ବସୁଧା ଧରିତ୍ରୀ

ଅବା କେଉଁ ଦେବୀର ପ୍ରତିମୂର୍ତ୍ତି….

ଯେବେ ଯେବେ ନିଜକୁ

ଆସହାୟ ପାଇଛି…

ଯାହାପାଖରେ ଟିକିଏ ରହିଯାଇଛି

ନିଜର ସ୍ଥିତି ଜଣେଇ

କିଛି ନା କିଛି

ପାଇଛି,ପାଉଛି…

ଆଶା…

ପାଇ ଚାଲିଥିବି ନିଶ୍ଚୟ…

ତେଣୁ…

ସର୍ବଦା ମଥାନତ

ସେଇ ଅସରନ୍ତି ସ୍ନେହ,ଶ୍ରଦ୍ଧା

ସୌହାର୍ଦ୍ଧ୍ୟ ପ୍ରଦାୟନୀ

ମାତୃବର୍ଗଙ୍କ ଚରଣ କମଳେ

ଯାହାଙ୍କ ଅପରିଶୋଧିୟ ଋଣରେ

ଏ ଜୀବନ ସର୍ବଦା ଋଣୀ ।।

ପ୍ରେମରଞ୍ଜନ ବେହେରା

ଘୁନସର,ବଲାଙ୍ଗୀର

Leave a Reply

Your email address will not be published. Required fields are marked *