ମା

ମାର୍ଗଶିର ମାସର ମା ପୁଣ୍ୟ ଗୁରୁବାର,
ଝୋଟି ଚିତା ପକେଇଲି ଆସିବୁ ମୋ ଘର।
ତୋ ପାଦ ର ଧୂଳି ମୋର ମସ୍ତକ ର ଶୋଭା,
ସଦା ରହିଥାଉ ମାତା ତୋ କରୁଣା ପ୍ରଭା।
କି ଦେଇ ପୂଜିବି ମା ଗୋ କିଛି ନୁହେଁ ମୋର,
ମୋ ପ୍ରତିଟି ନିଃଶ୍ୱାସ ମା ଦାନ ଅଟେ ତୋର।
ମୋ ଶରୀର ପ୍ରତି ରକ୍ତ ବିନ୍ଦୁ ତୋର ଦାନ,
ତୋ ଦୟାରୁ ମୋ ହୃଦୟ ପ୍ରତି ଟି ସ୍ପନ୍ଦନ।
ଭକ୍ତି ପୂର୍ଣ୍ଣ ହୃଦୟରେ ଭାବ ପୂର୍ଣ୍ଣ ମନ,
ଶ୍ରଦ୍ଧା ଅଶ୍ରୁ ପରିପୂର୍ଣ୍ଣ ମୋ ବେନି ନୟନ।
ଶ୍ରଦ୍ଧାଶ୍ରୁ ରେ ପଖlଳିବି ତୋ ବେନି ଚରଣ,
ବlଢ଼ି ଦେବି ଭକ୍ତି ଭାବ କରିବୁ ଗ୍ରହଣ।
ବିଷ୍ଣପ୍ରିୟା କମଳା ଗୋ କମଳଲୋଚନି,
ତୋ ଆଶିଷେ ହେବି ମାତା ଅହ୍ୟସୁଲକ୍ଷଣୀ ।
ଦୋଷ ତ୍ରୁଟି କ୍ଷମୀବୁ ମା ପୟରେ ବିନତି,
ଭାବରେ ଲେଖିଲି ମାତା ଜଣାଇ ପ୍ରଣତି।

ପ୍ରଣତି ସାହୁ

ପ୍ରଫେସର କଲୋନୀ

ରାୟପୁର

Leave a Reply

Your email address will not be published. Required fields are marked *