ମା’ ହାତ ରନ୍ଧା ସୁଆଦ ଭାରି
ତା’ କଥାବାର୍ତ୍ତା ଅମୃତ ପରି ।
ମୋ’ ଓଦାହାତ ଶିଙ୍ଘାଣି ଝାଳ
ମା’ ପୋଛି ଦିଏ ପଣତେ ତା’ର ।
ଆ’ ଧନମଣୀ ଡାକିଲେ ସିଏ
ମୁଁ ଧାଇଁଗଲେ କୋଳକୁ ନିଏ ।
ସେ’ କାଖେ ଧରି ଦେଖାଏ ଶଶୀ
ମୋ’ ଗାଲ ଚୁମି ଦିଅଇ ହସି ।
ଧୋ’ ନାନାବାୟା ଗୀତଟି ଗାଏ
ତା’ କାନି ଢାଙ୍କି ଶୁଆଇ ଦିଏ ।।
ମମତା ଡନସନା
ନିଲାଥର, ବରଗଡ଼