କରୁଣାମୟୀ ମାଆ ଶ୍ୟାମାକାଳୀ ପଦେ କରୁଛି ଏହି ଦୟିନୀ
ଜଳାଇ ଦେଇଛି ଭକତିର ଦୀପ ଆହେ ଗିରିଜା ନନ୍ଦିନୀ।।
ଆଲୋକିତ ହେଉ ଏ ସାରା ସଂସାର ଜଳି ଯାଉ ସବୁ ପାପ
ଫେରି ଆସୁ ରାମ ରାଇଜ ଧରାକୁ ଜଳୁ ସୁଖର ପ୍ରଦୀପ।।
ଅପସରି ଯାଉ ରାଗ, ହିଂସା, ଦ୍ୱେଷ ନରହୁ ଭେଦ କାହାରେ
କୋଟିଏ ଜନତା ଗୋଟିଏ ହୁଅନ୍ତୁ ବାନ୍ଧି ଏକତା ରଜ୍ଜୁରେ।।
ଦୁଃଖ, ଦୈନ୍ୟ ଘୁଞ୍ଚି ଯାଉ ସମାଜରୁ ସୁଖର ସୁରୁଜ ଉଇଁ
ଅମା ଅନ୍ଧକାର ଦୂରେଇ ଯାଉ ମାଆ ହସି ଉଠୁ ଏ ଭୂଇଁ।।
ଅନ୍ୟାୟ, ଅନୀତି ଜଳି ଯାଉ ମାଆ ଆଜି ଏ ଦୀପ ସହିତ
ଦୁଷ୍ଟ ପ୍ରବୃତ୍ତିକୁ ଜଳାଇ ଦିଅ ମାଆ ହସୁ ଏ ସାରା ଜଗତ।।
ଶରଧା ସୁମନ ଫୁଟୁ ଥାଉ ମନେ ମହକ ଭରୁ ପରାଣେ
ଶାନ୍ତିର କପୋତ ଗାଉଥାଉ ଗୀତ ପ୍ରେମର ମଧୁର ତାନେ।।
ଶୁଭୁଥାଉ ତୁମ ମଙ୍ଗଳ ଆଳତୀ ବାଜୁଥାଉ ଶୁଭ ଶଙ୍ଖ
ତୁମରି ଆଶିଷ ଦୀପର ଶିଖାରେ ଜଳି ଯାଉ ମାଆ ବିପାକ।।
ଦୀପର ଆଲୋକେ ଜଳାଇ ଦିଅ ଆସୁରିକ ମନ ପ୍ରାଣ
ଅଭାବ, କଷଣ ଦୂରେଇ ଯାଉ ମାଆ ମାଗୁଣି ମୋହର ଘେନ।।
କେତେ ଆସୁଛନ୍ତି, କେତେ ଯାଉଛନ୍ତି
କାହାକୁ ମନେ ବା ରଖୁଛି କିଏ
ଧନ୍ୟ ସେହି ଏକା ଅଭୁଲା ବ୍ୟକ୍ତିତ୍ଵ
ହୃଦୟେ ସାଇତା ଯିଏ।
କବି,ଲେଖକ ଗାଳ୍ପିକ ସବୁବେଳେ ସମସ୍ତ ଙ୍କ ହୃଦୟେ ସାଇତା।କଲମର ଚାଳନା ଅବିରତ ରହୁ ଏହି ପ୍ରାର୍ଥନା ବିଭୁଙ୍କ ପାଖରେ।
କୋଟି ପ୍ରଣିପାତ ଆପଣଙ୍କ ପଦେ






ଦିଅ ଏଇ ଶୁଭାଶିଷ
ଲେଖନୀରୁ ଝରୁ ଶବ୍ଦ ନିର୍ଝରିଣୀ
ହସୁ ସାହିତ୍ୟ ଆକାଶ।