ମମତା ମୟୀ ମୋ ମାଆ
ଗରଭୂ ଯାର ଜନମ ମୋର
ଯା’ ପଣତ ତଳ ସାହା
ସିଏ ତ ମୋର ମାଆ ।।
ବକ୍ଷୁ ତାର ଅମୃତ ଦେଇ
ବଞ୍ଚାଏ ପ୍ରାଣ ଆମ
ବିପଦେ ସେ ହୁଅଇ ସାହା
କେ ହେବ ତାର ସମ ।।
ତା ହାତ ଧରି ଶିଖିଲୁ ଚାଲି
ଶିଖିଲୁ ମାଆ ଠୁ କଥା
ଈଶ୍ବର ଙ୍କ ଠୁ ଅଟଇ ବଡ
ତା ପଦେ ନୁଏଁ ମଥା ।।
ଅତି ନିଜର ଜନମ ଭୂମି
ମାଆ ଠୁ ବଳି ଅଟେ
ତା’ରି କୋଳ ମୋ ଆଶ୍ରୟ
ଏଇ ଜୀବନ ପଥେ ।।
କୁନି କୁନି ପାଦେ ତା କୋଳେ
ଖେଳିଲି ତାହାରି ଧୂଳି
ଧୂଳି ନୁହେଁ ସେ ମୋ ପାଇଁ ତିଳକ
ମଥାରେ ହେଲି ବୋଳି ।।
ତାହାରି ଶସ୍ଯ ପାଣି ପବନେ
ଗଢା ମୋ ଶରୀର ପ୍ରାଣ
ଏଇ ଜୀବନେ ଯାହା ମୁଁ ପାଇଛି
ସବୁତ ତାହାରି ଦାନ ।।
ଭୂଲିବି ନାହିଁ ମୁଁ ଜନମ ଭୂମିକୁ-
ଜନନୀ ,କୁ ଏମୋ ପଣ
ଜୀବନରେ ଯେତେ ଝଡ ଆସୁ
ସୁଝିବି ତାହାରି ଋଣ ।।
କମଳିନୀ ଦେବୀ
ସମ୍ପାଦିକା-ବରଗଡ଼ ଲେଖିକ ସଂସଦ