ସିଂହ ପୃଷ୍ଠେ ବିଜେ ହୋଇ ଦୁଷ୍ଟ ଦାନଵ ଦଳିନି
ମହୀ ଭାର ନିବାରିଣି ମାଁ ଗୋ କାଳ ସଂହାରିଣୀ
ପାର୍ବତୀ ଜଗତ ମାତା ମାଁ ଶିବ ଙ୍କ ରାଜ ଦୁଲଣୀ
ନାଗରା ରାଜଧାନୀ ରେ ମାଁଗୋ ଅଟୁ ସର୍ବ କାରିଣୀ
ଆବୋରି ରଖିଛୁ ସତେ ମାଗୋ ଶଙ୍ଖ ନଦୀ ଯେ ତଟିନୀ
ଦୁନିଆଁ ଦୁଆରେ ମାଁ ତ ତୁହି ଏକା ସର୍ବ ହର୍ତ୍ତା
ତୋହରି ଇଂଗିତେ ମାଁ ଗୋ ଚଳେ ଧରା ଧାମେ କର୍ତ୍ତା
ଦୁଃଖିନୀ ଦୁଃଖ ନାଶିନୀ ମାଁ ଗୋ ଜଗତ କଲ୍ୟାଣୀ ତୁହି
ଏ ଅଧମ ତୋ ଚରଣେ ଗୋ ପରସେ ଦୁଃଖ ମଣୋହି
ଦୟା ରଖିଥିବୁ ମାଁ ଗୋ କିଂଚିତେ ଭକତି କିଣି
ଦିନ ଯାଉ ତୋ ଚରଣେ ସର୍ବ ସୁଖ ଯିବି ଜିଣି
ପ୍ରଶାନ୍ତ ମେହେର
କୁଆଁରମୁଣ୍ଡା
ସୁନ୍ଦରଗଡ଼