ମହାମନ୍ତ୍ର

ଜୀବନ କୁ ବୁଝାଏ ଜୀବନ

ଏଠି ନିତି ହଜି ନିଜକୁ ପାଇବା ହିଁ ଜୀବନ

ସପନ, ମାନ, ଅଭିମାନ ଓ ଯଉବନ 

କ୍ଷଣ ସ୍ଥାୟୀ ଏତିକି ଜାଣ

ତିଳ ତିଳ ହୋଇ ଜଳି 

ଦୀପ ଶିଖା ପାଲଟିବୁ

ସମୁଦ୍ର ଲହଡ଼ି ଭଳି 

ଦୁଇ ପାଦ ଆଗକୁ ଯାଇ ଦୁଇ ପାଦ ତୁ ଫେରିବୁ

ତେବେ ଯାଇ ବିଶାଳ ହେବ ତୋ ମନ

ଲେଖା ଅଲେଖା କେତେ ଯେ କାହାଣୀର

ନାୟକ ହଜି ଗଲେଣି ଏଠି 

ସବୁରି ମୂଳରେ ଯଦି ଲୁଚି ରହେ ଅହମ ଜାଣ 

ଭାବ ଥାଇ ଭାବନା ଉଚ୍ଚ ହେବ ଯଦି 

ଶତ୍ରୁ ହୃଦୟକୁ ମଧ୍ୟ ପାରିବୁ ତୁ ଭେଦି

ଖଡ୍ଗ କମାଣେ ଖାଲି ରକ୍ତ ଝରଇ

ତିଳ ତିଳ ହୋଇ ଖଣ୍ଡ ବିଖଣ୍ଡ ହୁଏ ପ୍ରାଣ 

ଶାନ୍ତି ମୈତ୍ରୀ ଏକତାର ମନ୍ତ୍ର 

ନୁହେଁ କାପୁରୁଷର ପରିଚୟର ଜାଣ

କରୁଣା, ସ୍ନେହ, ମମତା, ପରାହତ କରେ 

ସମସ୍ତ ହୃଦୟର ବ୍ୟଥା

ପୁଷ୍ପ ପୁଲକିତେ ଯେମନ୍ତେ ହସିଉଠେ ମେଦିନୀ 

ପ୍ରେମର ଅପାର ବଳେ

ବିଶ୍ବ ବିଜୟୀ ମହାମନ୍ତ୍ର ରହିଛି ଜାଣ ।।

ତଫିଜୁଲ ହୋସେନ

ଚିପିଲିମା, ସମ୍ବଲପୁର 

Leave a Reply

Your email address will not be published. Required fields are marked *